ଭାରତରେ ଉପରମୁହାଁ କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୮୯୩ ଜଣଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ : ଭାରତରେ ଉପରମୁହାଁ ହୋଇଛି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ମହାମାରୀ ପୁଣି ନେଇଛି ୮୯୩ ଜଣଙ୍କ ଜୀବନ। ଗତକାଲି ୮୭୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୨୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତକାଲି ଏହି ସଂଖ୍ୟା ଥିଲା ୨ଲକ୍ଷ ୩୫ ହଜାର ୫୩୨ । ଗତକାଲି ଅପେକ୍ଷା ଆଜି ୧ହଜାର ୨୫୧ କମ୍ ସଂକ୍ରମିତ ବାହାରିଛନ୍ତି । ପଜିଟିଭ୍ ହାର ରହିଛି ୧୪.୫୦ ପ୍ରତିଶତ। ଆକ୍ଟିଭ୍ କେସ୍ ରହିଛି ୧୮ଲକ୍ଷ ୮୪ହଜାର ୯୩୭। ସଂକ୍ରମଣ ସହ ଦେଶରେ ବଢୁଛି ଦୈନିକ ମୃତ୍ୟୁସଂଖ୍ୟା ।

Leave A Reply

Your email address will not be published.