ନବରଙ୍ଗପୁର: କରୋନା ଭାଇରସ୍ ପ୍ରଭାବିତ ଜିଲ୍ଲା ତାଲିକାରେ ନବରଙ୍ଗପୁର। ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଜଣେ ୨୦ ବର୍ଷ ବୟସ୍କା ପୁରୁଷଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟ ବାହାରୁ ଫେରିବା ପରେ ଡାବୁଗାଁ ବ୍ଲକର ଏହି ୨୦ ବର୍ଷୀୟ ଯୁବକଙ୍କୁ ଏକ କ୍ୟାଣ୍ଟିନ ସେଣ୍ଟରରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା।
ତେବେ ଯୁବକଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ COVID ଡାକ୍ତରଖାନାକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।