ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ଲା ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୪ ହଜାର ୧୮୭ ଜଣ । ୪୦୦୦ ଉପରେ ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ପହଁଚିଛି । ଆମେରିକା ଓ ବ୍ରାଜିଲ ପରେ ଭାରତରେ ୪୦୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଜାନୁଆରୀ ୧୨ ତାରିଖରେ ଆମେରିକାରେ ସର୍ବାଧିକ ୪ ହଜାର ୪୯୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତୃତୀୟ ଦିନ ପାଇଁ ଦେଶରେ ୪ ଲକ୍ଷ ଉପରେ ରହିଛି ପଜିଟିଭ କେସ୍‌ । ମହାରାଷ୍ଟ୍ରରେ ସର୍ବାଧିକ ୮୯୮ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୫୯୨ ଜଣ । ଉତ୍ତରପ୍ରଦେଶରେ ୩୭୨ ଓ ଦିଲ୍ଲୀରେ ୩୪୧ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.