କରୋନା ସଂକ୍ରମଣ ତାଲିକାରେ ୭ମ ସ୍ଥାନରେ ଭାରତ, ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସାରା ବିଶ୍ୱରେ ନିଜା କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ଲକ୍ଷ ୭୩ହଜାର ୬୯୭ଜଣଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ୍‌। ଏହି ରେସରେ ସମସ୍ତଙ୍କଠାରୁ ଆଗରେ ରହିଛି ଆମେରିକା। ଏଠାରେ ସର୍ବାଧିକ ମୋଟ ୧୮ଲକ୍ଷ ୩୭ହଜାର ୧୭୦ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୬ହଜାର ୧୯୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

coronaବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ ଭାରତ କରୋନା ସଂକ୍ରମଣ ତାଲିକାରେ ବର୍ତ୍ତମାନ ୭ମ ସ୍ଥାନରେ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୦ହଜାରରୁ ଅଧିକ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଛି । ସମୁଦାୟ ୫ହଜାର ୩୯୪ଜଣଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଦୁଃଖର କଥା ଗତ ୨୪ଘଣ୍ଟା ଭିତରେ ଭାରତରେ ସର୍ବାଧିକ ୧୯୩ଜଣଙ୍କ ମୃତ୍ୟୁ ହୋଇଥିଲା।  ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ୩୩ ହଜାର ପଜିଟିଭ ଚିହ୍ନଟ ହୋଇଛନ୍ତି।

corona newତେବେ ଭାରତରେ ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୬୨ ଜଣ, ଆସାମରେ ୪ ଜଣ, ବିହାରରେ ୨୧ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୪୭୩ ଜଣ, ଗୁଜରାଟରେ ୧୦୩୮ ଜଣ, ହରିୟାଣାରେ ୨୦ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୮ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୧ ଜଣ, କେରଳରେ ୯ ଜଣ, ମଧ୍ୟପ୍ରଦେଶରେ ୩୫୦ ଜଣ, ମହାରାଷ୍ଟ୍ରରେ ୨୨୮୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୫ ଜଣ, ରାଜସ୍ଥାନରେ ୧୯୪ ଜଣ, ତାମିଲନାଡୁରେ ୧୭୩ ଜଣ, ତେଲେଙ୍ଗାନାରେ ୮୨ ଜଣ, ଉତ୍ତରାଖଣ୍ଡରେ ୫ ଜଣ, ଉତ୍ତରପ୍ରଦେଶରେ ୨୧୩ ଜଣ ଏବଂ ପଶ୍ଚମବଙ୍ଗରେ ୩୧୭ ଜଣ ଅଛନ୍ତି ।

 

Leave A Reply

Your email address will not be published.