ଦେଶରେ କାୟା ମାଲାଉଛି କରୋନା: ୨୪ ଘଣ୍ଟାରେ ୨ଲକ୍ଷ ୩୪ ହଜାର ୬୯୨ ନୂଆ ପଜିଟିଭ୍‌, ୧୩୪୧ମୃତ

ନୂଆଦିଲ୍ଲୀ: ଦେଶରେ କାୟା ମାଲାଉଛି କରୋନା । ତାସହ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ୧୩ ଶହ ୪୧ ଜୀବନ । ସେହିପରି କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ୨ଲକ୍ଷ ଉପରେ ରହିଛି ଦୈନିକ ସଂକ୍ରମଣ ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ ହଜାର ୬୯୨ ପଜିଟିଭ୍‌ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪୫ଲକ୍ଷ ୨୬ହଜାରକୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୫ ହଜାର ୬୪୯ । ଏବେ ୧୬ ଲକ୍ଷ ୭୯ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି ।

Leave A Reply

Your email address will not be published.