ଦେଶରେ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ସଂକ୍ରମିତ, ୨ହଜାର ୪୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ। ଧୀରେ ଧୀରେ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଉତ୍ତର ଭାରତର ଅଧିକାଶଂ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରୁ ଦୁଇ ଗୁଣ କମିଛି।

ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର ୪୨୭। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୨କୋଟି ୮୯ଲକ୍ଷ ୯ହଜାର ୯୭୫ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ ହଜାର ୧୮୬ରେ ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୨କୋଟି ୭୧ଲକ୍ଷ ୫୯ହଜାର ୧୮୦।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.