ଦେଶରେ ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୨୯ ଜୀବନ

ନୂଆଦିଲ୍ଲୀ:ଦେଶରେ ପୁଣି ୧୭ ହଜାର ଉପରେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୭ ହଜାର ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ୨୯ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ଡେଲି ପଜିଟିଭିଟି ରେଟ୍‌ ରହିଛି ୪ ଦଶମିକ ୧୪ ପ୍ରତିଶତ । ସୁସ୍ଥ ହୋଇଛନ୍ତି ୧୪ ହଜାର ୬୮୪ ଆକ୍ରାନ୍ତ ।

ଦେଶରେ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୯ ହଜାର ୫୬୮ । କେରଳରୁ ସର୍ବାଧିକ ୩ ହଜାର ୯୦୪ କେସ ବାହାରିଥିବା ବେଳେ ମହାରାଷ୍ଟ୍ରରେ ୩ ହଜାର ୨୪୯, ପଶ୍ଚିମବଙ୍ଗରେ ଏକ ହଜାର ୭୩୯ ଏବଂ କର୍ଣ୍ଣାଟକରେ ଏକ ହଜାର ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ରାଜ୍ୟର ମାମଲା ମୋଟ ମାମଲାର ୭୨ ପ୍ରତିଶତ ରହିଛି ।

Leave A Reply

Your email address will not be published.