ଦେଶରେ ବଢି ଚାଲିଛି କୋଭିଡ୍‌ କେସ୍‌: ଗତ ୨୪ ଘଣ୍ଟାରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ସଂକ୍ରମଣ । ବଢି ଚାଲିଛି ଡେଲି କେସ୍‌ । ଗତ ୨୪ ଘଣ୍ଟାରେ କୋଭିଡ୍‌ ମାମଲା ୨୩ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ମାସ ପରେ ଏହା ସର୍ବାଧିକ କେସ୍‌ । ମଙ୍ଗଳବାର ସବୁଠୁ କମ ୨୫ ହଜାର ୪୬୭ ନୂଆ ମାମଲା ଆସିଥିଲା । ଏହା ପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ସେହିପରି ୬୦୭ ଜଣଙ୍କ ମୁଣ୍ଡ ନେଇଛି ଭାଇରସ । ୩୪ ହଜାର ୧୫୯ ଜଣ ଆରୋଗ୍ୟ ହୋଇଛନ୍ତି । ରିକଭରୀ ରେଟ୍‌ ରହିଛି ୯୭. ୬୩ ପ୍ରତିଶତ । ଦେଶରେ ଆକ୍ଟିଭ କେସ ୩ ଲକ୍ଷ ୩୩ ହଜାର ୭୨୫ରେ ପହଂଚିଛିି । ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ କେରଳର ଦୈନିକ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ କେରଳରେ ୩୧ ହଜାର ୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.