ଦେଶରେ ଉପରମୁହାଁ କରୋନା ଗ୍ରାଫ୍: ଦିନକରେ ୪୨ ହଜାର ୯୮୨ ସଂକ୍ରମିତ, ୫୩୩ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ଗ୍ରାଫ। ଦିନକରେ ସଂକ୍ରମିତ ହୋଇଛନ୍ତି ୪୨ ହଜାର ୯୮୨। ଦିନକରେ ୫୩୩ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ଲକ୍ଷ ୧୨ହଜାର ୧୧୪ରେ ପହଞ୍ଚିଛି।

ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୬ହଜାର ୨୯୦ରେ ପହଞ୍ଚିଛି। ଦେଶରେ ମୋଟ କରୋନା ମାମଲାର ଅଧା ମାମଲା କେରଳରୁ ଆସୁଛି। ବୁଧବାର କେରଳରେ ୨୨ହଜାର ୪୧୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ଲକ୍ଷ ୭୧ ହଜାରରେ ପହଞ୍ଚିଛି।

Leave A Reply

Your email address will not be published.