ବିଏମସିର ନୂଆ ଗାଇଡଲାଇନକୁ ଲାଇଟ୍‌, ସାଉଣ୍ଡ ଓ ଟେଣ୍ଟ ହାଉସ ଆସୋସିଏସନର ବିରୋଧ

ବିଏମସି ଅଞ୍ଚଳରେ ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିଛି। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ବିଏମସିରୁ ଅନୁମତି ନେବା ବାଧ୍ୟତାମୂଳକ । ଲକ୍ଷଣ ଥିବା ଲୋକଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିବ ନାହିଁ । ଉତ୍ସବ ସ୍ଥଳୀରେ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ହଲ୍‌ ଭିତରେ ପାନ ଛେପ ପକାଇବା ଓ ଗୁଟଖା ଖାଇବା ନିଷେଧ ।

ସେପଟେ ନୂଆ ଗାଇଡଲାଇନକୁ ନେଇ ଲାଇଟ୍‌, ସାଉଣ୍ଡ ଓ ଟେଣ୍ଟ ହାଉସ ଆସୋସିଏସନ ବିରୋଧ କରିଛନ୍ତି । ୫୦ ଜଣଙ୍କୁ ଅନୁମତି ମିଳିଥିବାରୁ କୌଣସି କାର୍ଯ୍ୟରେ ସାଉଣ୍ଡ କିମ୍ବା ଲାଇଟ ଲଗାଯାଇପାରିବ ନାହିଁ ଅଭିଯୋଗ ଆଣିଛି ଆସୋସିଏସନ । ସେହିଭଳି ବ୍ୟାଣ୍ଡ ପାର୍ଟି ଓ ଡିଜେ ମାଲିକ ମାନେ ନୂଆ ଗାଇଡଲାଇନକୁ ନେଇ ବିରୋଧ କରିଛନ୍ତି । ୫୦ ଜଣଙ୍କୁ କେବଳ ଅନୁମତି ଥିବାରୁ ମଣ୍ଡପ ମାଲିକ ଓ କ୍ୟାଟରିଂ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.