ଦେଶରେ ଗୋଟିଏ ଦିନରେ ପୁଣି ୫୦ ହଜାରରୁ ଅଧିକ ପଜିଟିଭ୍, ୨୫୧ ଜଣଙ୍କ ଗଲା ଜୀବନ‌

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଗୋଟିଏ ଦିନରେ ପୁଣି ୫୦ ହଜାରରୁ ଅଧିକ ପଜିଟିଭ୍‌ । ପାଖାପାଖି ୫ ମାସ ପରେ ୫୦ ହଜାର ପାର କଲା ଦୈନିକ ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ୫୩ ହଜାର ୪୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୨୫୧ ଜଣଙ୍କ କରୋନାରେ ଜୀବନ ଯାଇଛି ।

ଏହା ପୂର୍ବରୁ ୨୩ ଅକ୍ଟୋବର ୨୦୨୦ରେ ଭାରତରେ ୫୦ ହଜାରରୁ ଅଧିକ କେସ୍‌ ଆସିଥିଲା । ସେତେବେଳେ ୫୪ ହଜାର ୩୫୦ ମାମଲା ଆସିଥିଲା । ଦେଶରେ ଏବେ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ୯୫ ହଜାର ୧୯୨ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଡରାଉଛି କରୋନା ଗ୍ରାଫ୍‌ । ମହାରାଷ୍ଟ୍ରରେ ପ୍ରତ୍ୟେକ ଦିନ କରୋନା ପୁରୁଣା ରେକର୍ଡ ଭାଙ୍ଗୁଛି । ଗତକାଲି ଗୋଟିଏ ଦିନରେ ୩୧ ହଜାର ୮୫୫ ନୂଆ କେସ୍‌ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଏବେ ଆକ୍ଟିଭ୍‌ କେସ୍‌ ଅଢେଇ ଲକ୍ଷରୁ ଅଧିକ ହେଲାଣି । ଫଳରେ ରାଜ୍ୟର ଅନେକ ସହରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.