ଓମିକ୍ରନ୍ ସୁନାମୀରେ ଭୁଶୁଡ଼ି ପଡ଼ିବ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା, ମୃତ୍ୟୁ ସଂଖ୍ୟା ବି ବଢ଼ିବ, ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ଓମିକ୍ରନ୍ ସୁନାମୀରେ ଭୁଶୁଡ଼ି ପଡ଼ିବ ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା । ଚିକିତ୍ସା ପାଇଁ ମେଡିକାଲ ଓ କର୍ମଚାରୀଙ୍କ ସଂକଟ ପଡ଼ିବ । ମୃତ୍ୟୁ ସଂଖ୍ୟା ବି ବଢ଼ିବ। ଗତ ସପ୍ତାହରେ ବଢ଼ିଛି, ଆଗକୁ ଆହୁରି ବଢ଼ିବ । ମହାମାରୀ ଭୟଙ୍କର ହେଉଥିବା ବେଳେ ଏମିତି ଚେତାବନୀ ଶୁଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସେପଟେ ଆମେରିକାରେ ରେକର୍ଡ କରିଛି ମହାମାରୀ । ୨୪ ଘଣ୍ଟାରେ ୫ ଲକ୍ଷ ୧୨ ହଜାର ମାମଲା ।

ଡେଲ୍ଟା ରହିଛି, ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍ । ଭୁଶୁଡ଼ି ପଡ଼ିବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ସତର୍କବାଣୀ ଶୁଣାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆହୁରି ଭୟଙ୍କର ହେବ ସଂକ୍ରମଣ । ଗତ ସପ୍ତାହରେ ବିଶ୍ୱବ୍ୟାପୀ ୬୫ ଲକ୍ଷ ୫୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ମହାମାରୀ ଆରମ୍ଭ ଦିନରୁ ଏହା ସର୍ବାଧିକ ସଂକ୍ରମଣ ।

ଆହୁରି ଭୟଙ୍କର ଭାବେ ବ୍ୟାପିବ ଓମିକ୍ରନ୍ । ସଂକ୍ରମଣରେ ସୁନାମୀ ଆସିବ । ଥକି ପଡ଼ିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଚାପ ବଢ଼ିବ । ଭୁଶୁଡ଼ି ପଡ଼ିବ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଏବେ ହସ୍ପିଟାଲ ଉଛୁଳିଲାଣି । ଭୁଶୁଡ଼ିବା ଦ୍ୱାର ଦେଶରେ ବୋଲି କହିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଆଧାନୋମ ଘେବ୍ରିୟେସସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.