ଏପ୍ରିଲରେ ଦେଶରେ କରୋନା ଦେଖାଇଛି କରାଳ ରୂପ: ଆସନ୍ତାକାଲି ଦୁଇ କୋଟି ଛୁଇଁଯିବ ପଜିଟିଭ୍ ସଂଖ୍ଯା

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି ଦୁଇ କୋଟି ଛୁଇଁବ କରୋନା କେସ୍‌ । ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧କୋଟି ୯୯ଲକ୍ଷ ୨୫ହଜାର ୬୦୪ । ଏପ୍ରିଲରେ ଦୈନିକ ସଂକ୍ରମଣ ଟପିଛି ୪ ଲକ୍ଷ । କିନ୍ତୁ ଆଜି ଦେଶରେ ଖସିଛି କରୋନା ଗ୍ରାଫ୍‌ । ଟେଷ୍ଟିଂ କମିଛି, ସଂକ୍ରମିତଙ୍କ ସଂଖ୍ୟା ବି ଖସିଛି ।

ଗତ ୨୪ ଘଣ୍ଟାରେ ଦେଶେର ୧୫ଲକ୍ଷ ୪ହଜାର ୬୯୮ କୋଭିଡ୍‌ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୮ହଜାର ୧୪୭ ଆକ୍ରାନ୍ତ । ଦେଶରେ ପଜିଟିଭିଟି ହାର ୨୧.୧୯ ପ୍ରତିଶତ ରହିଛି । ସେହିପରି ଆଜି କମିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ୩ ହଜାର ୪୧୭ ଜୀବନ । ମୋଟ୍‌ ମୃତ୍ୟୁସଂଖ୍ୟା ୨ଲକ୍ଷ ୧୮ହଜାର ୯୫୯କୁ ବୃଦ୍ଧି ପାଇଛି । ଏବେ ଦେଶରେ ଅଛି ୩୪ଲକ୍ଷ ୧୩ହଜାର ୬୪୨ ଆକ୍ଟିଭ୍‌ କେସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.