ଆଜିଠୁ ସମଗ୍ର ଦେଶରେ ଆରମ୍ଭ ହେଲା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍, ପୂର୍ବଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏ କର୍ଫ୍ୟୁ ବଳବତ୍ତର

ନୂଆଦିଲ୍ଲୀ: ଆଜିଠୁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌। ମେ ୩୧ ତାରିଖ ଯାଏ ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥର ଲକ୍‌ ଡାଉନ୍‌ରେ କିଛିଟା ପରିବର୍ତ୍ତନ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପାରାମିଟରକୁ ଆଧାର କରି ରେଡ୍‌, ଅରେଞ୍ଜ ଗ୍ରୀନ୍‌ ଓ ବଫର ଜୋନ୍‌ ନିର୍ଦ୍ଧାରଣ କରିବେ ରାଜ୍ୟ ସରକାର।

କେନ୍ଦ୍ର ଗାଇଡ୍‌ ଲାଇନ ଆଧାରରେ ଜିଲ୍ଲା ପ୍ରଶାସନ ଜୋନ୍‌ର ସୀମା ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନ୍‌କୁ ଛାଡି ସବୁଠି, ରାଜ୍ୟ-ରାଜ୍ୟ ସହମତିରେ ଅନ୍ତଃ ରାଜ୍ୟ ଗାଡ଼ି ବସ ଚଳାଚଳ କରି ପାରିବ। ରାଜ୍ୟ ଭିତରେ ଗାଡ଼ି ବସ ଚଳାଚଳ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦିଆଯାଇଛି। ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲା ହେବ। କିନ୍ତୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ବସ୍‌ ଡିପୋ, ରେଳଷ୍ଟେସନ ଓ ଏୟାରପୋର୍ଟରେ ଥିବା କ୍ୟାଣ୍ଟିନ ଖୋଲିବାକୁ ଅନୁମତି ମିଳିବ।

ccରାଜ୍ୟ ସରକାର ଚାହିଁଲେ ବିଭିନ୍ନ ଜୋନ୍‌ରେ ସ୍ଥିତି ଅନୁଧ୍ୟାନ କରି ଅନ୍ୟ କିଛି କଟକଣା ଲଗାଇ ପାରିବେ। ସର୍ବସାଧାରଣ ସ୍ଥାନ ଓ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦଣ୍ଡନୀୟ ଅପରାଧ। ଗାଡିରେ ଯିବା ଆସିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ବିବାହ ଉତ୍ସବରେ ୫୦ରୁ ଅଧିକ ଜଣ ରହି ପାରିବେ ନାହିଁ। ଶେଷକୃତ୍ୟ ବେଳେ ୨୦ରୁ ଅଧିକ ଜଣ ରହି ପାରିବେ ନାହିଁ। ସର୍ବସାଧାରଣରେ ମଦ ପିଇପାରିବେନି କି ପାନ ଓ ଗୁଟଖା ଖାଇ ପାରିବେନି। ଦୋକାନଗୁଡିକ ନିଶ୍ଚିତ କରିବେ, ଗ୍ରାହକମାନେ ଛଅ ଫୁଟ୍‌ ଦୂରତା ରକ୍ଷା କରିବେ।

shut downପୂର୍ବଭଳି ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ। ଘରୋଇ ଏୟାର ଆମ୍ବୁଲାନ୍‌ସ, ପ୍ରତିରକ୍ଷା କାମ ଓ ଗୃହମନ୍ତ୍ରାଳୟର ଅନୁମତିରେ ବିମାନ ଯାତ୍ରା ହୋଇ ପାରିବ। ମେଟ୍ରୋ ରେଳ ଚଳାଚଳ ବନ୍ଦ ରହିବ। ସ୍କୁଲ, କଲେଜ, ଟ୍ରେନିଂ ଓ କୋଚିଂ ସେଣ୍ଟର ଭଳି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍‌ଲାଇନ ଶିକ୍ଷାଦାନ ଜାରି ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିବ। କେବଳ ହୋମ୍‌ ଡେଲିଭରି ପାଇଁ କିଚେନ୍‌ ଖୋଲିକୁ ଅନୁମତି ମିଳିବ।

ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌, ସୁଇମିଂ ପୁଲ୍‌, ମନୋରଞ୍ଜନ ପାର୍କ, ବାର୍‌ ସବୁ ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିଛି। ବନ୍ଦ ରହିବ ଧାର୍ମିକ ଅନୁଷ୍ଠାନ। ରାତିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତି ସାତରୁ ସକାଳ ସାତ ଯାଏ କେହି ଘରୁ ବାହାରି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.