ଆ…ହା..ଚିକେନ ସାଙ୍ଗକୁ, ବହଳିଆ ଡାଲି : ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଲେ କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ

ଗଞ୍ଜାମ: ଚିକେନ ସାଙ୍ଗକୁ,ବହଳିଆ ଡାଲି । ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ। ଏକଥା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା ଭିଡିଓରୁ ଅନ୍ତେବାସୀ ଜଣଙ୍କ ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଖୁବ୍‌ ପ୍ରଶଂସା କରିଛନ୍ତି।  ତେବେ ଏହି ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୱାରେଣ୍ଟିନରେ ପାଖାପାଖି ୬୦ ଜଣ ଅନ୍ତେବାସୀ ଅଛନ୍ତି ।

ତେବେ କିଛି ଦିନ ତଳେ ରାଜ୍ୟର ଏକ କ୍ୱାରେଣ୍ଟାଇନ କେନ୍ଦ୍ରରେ କିଛି ଅନ୍ତେବାସୀ ଖାଦ୍ୟ ଫୋପାଡିବା ସହ କେନ୍ଦ୍ର ଛାଡି ଚାଲି ଯାଇଥିଲେ। ଏହା ସହ କିଛି ଅନ୍ତେବାସୀ ସେମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ମଧ୍ଯ କରିଥିଲେ। ପରେ ରାଜ୍ୟ ସରକାର କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟ ପାଇଁ ଦୈନିକ ୧୨୦ ଟଙ୍କା ବ୍ୟୟ ବରାଦ କରିଥିଲେ। ଯେପରି ଅନ୍ତେବାସୀ ମାନେ ଭଲ ଖାଦ୍ୟ ଖାଇବା ସହିତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.