କରୋନା ଆଇସୋଲେସନ୍ ୱାର୍ଡରେ ଦୁଇ ବର୍ଷର ଶିଶୁ ସହିତ ୩ ଜଣଙ୍କର ମୃତ୍ୟୁ, ରିପୋର୍ଟ ଅପେକ୍ଷାରେ ଡାକ୍ତର୍

କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେବେ ଆଜି ତାମିଲନାଡ଼ୁର ଏକ ସହରରେ ଏକା ସଙ୍ଗେ ତିନି ଜଣଙ୍କର କରୋନା ଆଇସୋଲେସନ୍ ୱାର୍ଡରେ ହିଁ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଏହିପରି ଏକ ଘଟଣା କନ୍ୟାକୁମାରୀରେ ଦେଖିବାକୁ ମିଳିଛି । ସେଠାକାର ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ମୃତ ତିନି ଜଣଙ୍କର ସାମ୍ପଲ କରୋନା ଯାଞ୍ଚ ପାଇଁ ପଠାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ରେଜଲ୍ଟ ଆସିନାହିଁ । ତେବେ ଏହି କାରଣରୁ ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା । ଏହାବ୍ୟତୀତ ସେମାନଙ୍କର ଅନ୍ୟାନ୍ୟ ମେଡିକାଲ ହିଷ୍ଟ୍ରି ମଧ୍ଯ ରହିଛି ।

ଖବର ମୁତାବକ ତିନି ଜଣଙ୍କ ମଧ୍ୟରୁ ଜଣେ ୬୬ ବର୍ଷର ବୟସ୍କ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୨୪ ବର୍ଷ ଏବଂ ତୃତୀୟ ମୃତକ ମାତ୍ର ୨ ବର୍ଷ ବୟସର ଥିଲା । ଉକ୍ତ ଯୁବକ ଜଣଙ୍କ ନିମୋନିଆରେ ପୀଡିତ ଥିବା ବେଳେ ବୟସ୍କ ବ୍ୟକ୍ତି ଜଣକ ପୂର୍ବରୁ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.