କୋଭିଡ୍‌ ପୂରା ଚାଲିଯିବ ନା ଏମିତି ଥିବ, ଆଗକୁ କଣ ହେବ ମଣିଷର ଭାଗ୍ୟ ?

ଯଦିଓ ଓକିକ୍ରନକୁ ହାଲକା ଭାବରେ ବିବେଚନା କରାଯାଉଛି । କିନ୍ତୁ ଏହା ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ବି ଚିନ୍ତା କରାଯାଉଛି । ଭାଇରସର ଏହି ଷ୍ଟ୍ରେନ କେତେ ପରିମାଣରେ ସଂକ୍ରମିତ ହୋଇଛି ତାହା ଏକ ନୂତନ ଗ୍ରାଫରେ ପ୍ରକାଶ ପାଇଛି । ଏହା ମଧ୍ୟ କୁହାଯାଇଛି କିି ଖରାପ ଅବସ୍ଥା ଆସିବ ନାହିଁ । ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଓମିକ୍ରନର ସଂକ୍ରାମକ ହାର ଚାର୍ଟ କରିଛନ୍ତି । ପୁରାତନ ଡେଲଟା ସଂସ୍କରଣ ତୁଳନାରେ ଓମିକ୍ରନ କୋଭିଡ ୧୯ଟିକା ପ୍ରତିରକ୍ଷାରୁ ବଞ୍ଚିବା ପାଇଁ ୧୦ଗୁଣା ଭଲ ଅଟେ ।

ନଭେମ୍ବର ଶେଷ ଭାଗରେ ଦକ୍ଷିଣ ଆଫ୍ରିକା ଓ ବୋତସ୍ୱାନା ସୁପର ମ୍ୟୁଟାଣ୍ଟ ପ୍ରକାର ଆବିଷ୍କାର କରିବାରେ ପ୍ରଥମ ଦେଶ । ଆଜିଯାଏଁ ଏହା ୧୨୦ରୁ ଅଧିକ ଦେଶରେ ବ୍ୟାପିଛି । ଡିସେମ୍ବର ମଧ୍ୟଭାଗରେ ଏନ ଏସ ଡବ୍ଲୁ ବିଶ୍ୱବିଦ୍ୟାଳୟର କିର୍ବି ଇନଷ୍ଟିଚ୍ୟୁଟର ଏକ ଅତ୍ୟନ୍ତ ନିରାପଦ କୋଠରୀରେ ଏହି ଷ୍ଟ୍ରେନ ଅଧ୍ୟୟନ କରାଯାଇଥିଲା ।

ଦୁଇଥର ଟୀକାକରଣ ହୋଇଥିବା ଲୋକଙ୍କ ଶରୀରରେ ମଧ୍ୟ ୱୁହାନରେ ମିଳୁଥିବା ମୂଳ ଜୀବାଣୁ ଅପେକ୍ଷା ଆଣ୍ଟିବଡି ଏଡାଇବାରେ ଡେଲ୍ଟା ସଂସ୍କରଣ ୬୦ପ୍ରତିଶତ ଭଲ ଥିଲା । ଅବଶ୍ୟ ଓମିକ୍ରନ ରୋଗ ପ୍ରତିରୋଧକ ଶକ୍ତିରୁ ୧୬.୫ଗୁଣ ଉନ୍ନତ ଥିଲା ଯାହା ଡେଲ୍ଟାଠାରୁ ଦଶ ଗୁଣ ଅଧିକ ।

ସମଗ୍ର ବିଶ୍ୱରେ ଓମିକ୍ରନ ତରଙ୍ଗ କମିଯିବା ସହ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି କି ନୂତନ ସଂସ୍କରଣ ବର୍ଷ ବର୍ଷ ଧରି ଦେଖାଯାଇପାରେ । ବିଶେଷ ଭାବରେ ଶୀତଦିନେ ।

ରିପୋର୍ଟରେ କୁହାଯାଇଛି ଯେ ବିଏ ୨ ନାମକ ଏକ ଆବିଷ୍କୃତ ଷ୍ଟ୍ରେନ ୟୁରୋପ ଓ ଏସିଆରେ କିଛି ଅଂଶରେ ବ୍ୟାପିବା ଆରମ୍ଭ କରିଛି । ତେବେ ଯାହା ଅନୁମାନ କରାଯାଉଛି ଯେ ପୂର୍ବବର୍ତ୍ତୀ ଓମିକ୍ରନ ବିଏ ୱାନରୁ ଅଧିକ ସଂକ୍ରମିତ ହୋଇପାରେ ।

ପ୍ରଥମିକ ତଥ୍ୟକୁ ଭିତ୍ତିକରି ଡେନମାର୍କ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଆକଳନ କରିଛନ୍ତି ଯେ ବିଏ ଟୁ ୧.୫ଗୁଣ ଅଧିକ ସଂକ୍ରମଣ ହୋଇପାରେ । ଯଦିଓ ଏହା ଅଧିକ ଗୁରୁତର ରୋଗ ସୃଷ୍ଟି କରେ ନାହିଁ ।

ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ରିଟେନର ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀଙ୍କର କହିବା କଥା କି ଚିତ୍ର ଯାହା ରହିଛି ଯେଉଁଥିରେ ରୋଗର କୌଣସି ନୂତନ ରୂପ ବର୍ତ୍ତମାନ ଦେଖାଯାଇଥିବା ତୁଳନାରେ ଖରାପ ନୁହେଁ । ବିଶ୍ୱର ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଲେ ମହାମାରୀକୁ ଶେଷ କରିବା ପାଇଁ ସର୍ବୋତ୍ତମ ରହିବ । କିନ୍ତୁ ସମୟ ସହ କୋଭିଡ କମ ବିପଜ୍ଜନକ ହେବ । ତଥାପି ଏହା ଅନିର୍ଦ୍ଧିଷ୍ଟ କାଳ ୟାଏଁ ରହିବ ବୋଲି ବିଶେଷଜ୍ଞମାନେ ସତର୍କ ରହିଛନ୍ତି ।

ଏପଟେ ଲଣ୍ଡନ ୟୁନିଭରସିଟି କଲେଜ ଲଣ୍ଡନର ଗଣନାକାରୀ ଜୀବବିଜ୍ଞାନୀ ଫ୍ରାଙ୍କୋଇସ ବଲୁକ୍ସ କହିଛନ୍ତି ଯେ ଏହି ଧାରଣା ରହିଛି କି ଅଧିକ ଅନୁପ୍ରବେଶକାରୀ କମ ପ୍ରଭାବର ହୋଇଯାଆନ୍ତି । ତେଣୁ ସେ ଭାବୁନାହାନ୍ତି କି ସମାନ ସ୍ଥିତି ସେମିତି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.