କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ବିଭିନ୍ନ ବେଶରେ ଦର୍ଶନ ଦେବେ ମା’

କଟକ(କେନ୍ଯୁଜ୍): ବିଭିନ୍ନ ଶକ୍ତି ପୀଠରେ ପାର୍ବଣ ପୂଜା ଆରମ୍ଭ। ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି। ମା କଟକ ଚଣ୍ଡୀ ମନ୍ଦିରରେ ଆରମ୍ଭ ହୋଇଛି ମାଙ୍କ ଷୋଡଶ ଉପଚାର ପୂଜା । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ।

ଏ ଅବସରରେ ଆଜି ମନ୍ଦିରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଧୂପ, ଦୀପ ଭୋଗ ଅର୍ପଣ କରି ମାଆଙ୍କ ଆଶିଶ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ମନ୍ଦିରରେ ଅଯଥା ଭିଡ ନକରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.