ଯୋଡା ଆଶ୍ୱିନରେ ମଳମାସ, ଏ ବର୍ଷ ୧୬ ଦିନ ନୁହେଁ ବରଂ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା

କେନ୍ୟୁଜ (ବ୍ୟୁରୋ) : ଚଳିତ ବର୍ଷ ଷୋହଳ ଦିନ ପରିବର୍ତ୍ତେ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା । ଯୋଡା ଅଶ୍ୱିନରେ ମଳମାସ ପଡୁଥିବାରୁ ୪୫ ଦିନ ଧରି ପୂଜା ଚାଲିବ । ମୂଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର ୯ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୂଜା କରାଯିବ । ତେବେ ମଳମାସ ସମୟରେ ଦେବୀଙ୍କୁ ବେଶ କରାଯିବ ନାହିଁ । ଏହି ୪୫ ଦିନିଆ ଶାରଦୀୟ ଦୁର୍ଗାପୂଜାକୁ ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ରାଜ ପୁରୋହିତ, ଦେଉଳ ପୁରୋହିତ, ରାଜଗୁରୁ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସରିଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀକ୍ଷେତ୍ରରେ ଷୋଳପୂଜାକୁ ନେଇ ୨୫ ଜଣ ଅଭିଜ୍ଞ ବ୍ରାହ୍ମଣଙ୍କ ତାଲିକା ପ୍ରସ୍ତୁତ କରାଯିବ । ଶ୍ରୀକ୍ଷେତ୍ରରେ କ୍ଷେତ୍ରଧୀଶ୍ୱରୀ ମା ବିମଳାଙ୍କ ପୀଠର ଷୋଡ଼ଶଦିନାତ୍ମକ ପୂଜାବିଧି ଚଳିତ ବର୍ଷ ୪୫ ଦିନ ରହୁଥିବାରୁ ସେହି ବିଘି ଅନୁସାରେ ସମସ୍ତ ପୀଠମାନଙ୍କରେ ସେହି ପୂଜାବିଧି ପାଳନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ ।

 

Leave A Reply

Your email address will not be published.