ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌କୁ ନେଇ ସାମ୍ନାକୁ ଆସିଲା ଅମୀର ଖାନ୍‌ଙ୍କ ରିଆକ୍ସନ୍‌, ଫ୍ୟାନ୍‌ ବି ତାଜୁବ

ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌ର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସୁ ଆସୁ ଚର୍ଚ୍ଚାରେ ରହିଛି। ଏହି ଫଟୋ କେବଳ ଭାରତ ନୁହେଁ, ବିଦେଶରେ ବି ଆଲୋଚନାର ପରିସରରେ ରହିଛି। କିଛି ଲୋକ ଏହି ଫଟୋସୁଟ୍‌କୁ ଠିକ୍‌ ବୋଲି କହିଥିବା ବେଳେ ଆଉ କିଛି ଏହା ମାନସିକ ବିକୃତି ବୋଲି କହିଛନ୍ତି।

ରଣବୀରଙ୍କ ଏହି ଲଙ୍ଗଳା ଫଟୋ ଉପରେ ସ୍ୱରା ଭାସ୍କର, ବିଦ୍ୟା ବାଲାନ୍‌, ଆଲିଆ ଭଟ୍ଟଙ୍କ ପରେ ଏବେ ଅମୀର ଖାନ୍‌ଙ୍କ ରିଆକ୍ସନ୍‌ ସାମ୍ନାକୁ ଆସିଛି। କରନ୍‌ ଜୋହରଙ୍କ ଚାଟ୍‌ ଶୋ’ରେ ଅମୀର ଖାନ୍‌ଙ୍କ ଠାରୁ ଏ ନେଇ ରିଆକ୍ସନ୍‌ ମାଗିଥିଲେ କରନ୍‌। ଏହାର ଜବାବରେ ଅମୀର କହିଛନ୍ତି- ହଁ ମୁଁ ଦେଖିଲି। ତାଙ୍କ ଫିଜିକ୍‌ ବେଶ୍‌ ବଢ଼ିଆ। ଏହା ତାଙ୍କର ଏକ ବୋଲ୍ଡ ଷ୍ଟେପ୍‌ ଥିଲା। ପ୍ରକାଶ ଯେ ପିକେ ଫିଲ୍ମରେ ଅମୀର ଖାନ୍‌ଙ୍କ ନ୍ୟୁଡ୍‌ ପୋଷ୍ଟର ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା।

କରନ୍‌ଙ୍କ ଚାଟ୍‌ ଶୋ’ରେ ଅମୀରଙ୍କୁ ରଣବୀର ସିଂହଙ୍କ ନ୍ୟୁଡ୍‌ ଫଟୋସୁଟ୍‌ କଥା ପଚରାଯିବାରୁ ସେ ହସି ହସି କହିଥିଲେ ଯେ ତାଙ୍କ ଫିଜିକ୍‌ ଖୁବ୍‌ ବଢ଼ିଆ। ରଣବୀର ସିଂହ ନିଜ ଶରୀରକୁ ଖୁବ୍‌ ଭଲ ଭାବେ ମେଣ୍ଟେନ୍‌ କରିଛନ୍ତି। ଏହା ତାଙ୍କର ଏକ ବୋଲ୍ଡ ଷ୍ଟେପ୍‌। ସମସ୍ତେ ଏମିତି ଫଟୋ ଉଠାଇବାକୁ ସାହସ କରିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୧ ତାରିଖରେ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ପରଦାକୁ ଆସିବ। ଏଥିପାଇଁ ଅମୀର ପ୍ରାଣ ପଣେ ପ୍ରମୋସନ୍‌ରେ ଲାଗିପଡ଼ିଛନ୍ତି। ସେ ବିଭିନ୍ନ ଶୋ’କୁ ଯାଇ ନିଜ ଫିଲ୍ମ ଦେଖିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ପ୍ରକାଶ ଯେ ବକ୍ସ ଅଫିସରେ ଅମୀର ଖାନ୍‌ଙ୍କୁ ଟକ୍କର ଦେବାକୁ ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ଆସୁଛି। ଏଥିସହ ଅମୀରଙ୍କ ଲାଲ୍‌ ସିଂହ ଚଡ୍ଡାକୁ ଲୋକମାନେ ଏବେ ବୟ କଟ୍‌ କରିବାକୁ ଧମକ ଦେଇଛନ୍ତି। ଏହି କାରଣରୁ ମଧ୍ୟ ଅମୀର ଚିନ୍ତାରେ ଅଛନ୍ତି।

Also Read: ଦେଶର ଆଗାମୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ୟୁୟୁ ଲଳିତ, ସୁପାରିଶ କଲେ CJI ଏନ୍‌ଭି ରମଣା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.