ଏହି ଖେଳାଳିଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ତାପସୀ ପାନ୍ନୁ, ପରିବାର ଲୋକେ କରୁଛନ୍ତି ସମର୍ଥନ

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ସବୁବେଳେ ନିଜର ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବହୁତ ଦିନର ତାପସୀ ମ୍ୟାଥିସକୁ ଡେଟ୍‌ କରୁଛନ୍ତି, କିନ୍ତୁ ଏହି କଥା କେବେ ବି ତାପସୀ ସ୍ୱୀକାର କରିନାହାନ୍ତି। ନିକଟରେ ଦୁହେଁ ନିଜ ରିଲେସନସିପକୁ ନେଇ ମୁହଁ ଖୋଲିଛନ୍ତି। । ତପସୀ ମ୍ୟାଥିସଙ୍କ ସହିତ ଥିବା ସମ୍ପର୍କକୁ ସ୍ୱୀକାର କରିଛନ୍ତି। ତାପସୀ କହିଛନ୍ତି, ‘ମୋ ଜୀବନରେ ଜଣେ ବହୁତ ଖାସ୍‌ ରହିଛନ୍ତି, ମୋ ପରିବାର ମଧ୍ୟ ଏ ବିଷୟରେ ଜାଣନ୍ତି। ପରିବାରର ସମର୍ଥନ ଅନୁଯାୟୀ ସେ ନିଜର ଜୀବନସାଥି ଚୟନ କରିଛନ୍ତି। ଏଥିପାଇଁ ତାଙ୍କ ପରିବାର ମଧ୍ୟ ବହୁତ ସମର୍ଥନ କରିଛି।

matyu

ସୂଚନାଯୋଗ୍ୟ, ତାପସୀ ବହୂୁତ ଦିନରୁ ବ୍ୟାଡମିଣ୍ଟନ ପ୍ଲେୟାର ମ୍ୟାଥିସ ବୋଏଙ୍କ ସହିତ ସମ୍ପର୍କରେ ରହିଛନ୍ତି। କିନ୍ତୁ ପୂର୍ବରୁ ଏକଥା କହାକୁ ମଧ୍ୟ ଜଣାଇନଥିଲେ। କିନ୍ତୁ ଦୁହେଁ ଏବେ ନିଜର ରିଲେସନସିପକୁ ନେଇ ବହୁତ ଖୁସି ରହିଛନ୍ତି। ପୂର୍ବରୁ ତାପସୀଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଯେଉଁ ଚର୍ଚ୍ଚାରେ ତାପସୀ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.