ଭାଇଜାନ୍ ପୁଣି ଲଞ୍ଚ କରିବେ ନବାଗତ ଅଭିନେତ୍ରୀ :ଦବଙ୍ଗ-୩ରେ ସଲମାନଙ୍କ ବିପକ୍ଷରେ ଆସିବେ ନଜର

ମୁମ୍ବାଇ : ବଲିଉଡର ଦବଙ୍ଗ ଖାନ ଇଣ୍ଡଷ୍ଟ୍ରିକୁ ଅନେକ ନବାଗତ କଳାକାର ଭେଟି ଦେଇଛନ୍ତି । ଖାଲି ସେତିକି ନୁହଁ ତାଙ୍କ ଠାରୁ ବୟସରେ ବେସ୍ ସାନ ଅଭିନେତ୍ରୀଙ୍କ ସହ ପରଦା ଉପରେ ରୋମାନ୍ସ କରୁଥିବାର ମଧ୍ୟ ଦେଖାଯାଇଛନ୍ତି ଭାଇଜାନ୍। ସେହି ଅଭିନେତ୍ରୀଙ୍କ ମଧ୍ୟରେ ତାଙ୍କ ସାଙ୍ଗ ଅନିଲ କପୁରଙ୍କ ଝିଅ ସୋନମ କପୁର , ଶତ୍ରୁଘ୍ନ ସିହ୍ନାଙ୍କ ତନୟା ସୋନାକ୍ଷୀ ସିହ୍ନା ମଧ୍ୟ ସାମିଲ ରହିଛନ୍ତି । ଏବେ ମିଳିଥିବା ମିଡ଼ିଆ ରିପୋର୍ଟ ମୁତାବକ ସଲମାନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦବଙ୍ଗ-୩ ରେ ତାଙ୍କର ଘନିଷ୍ଟ ବନ୍ଧୁ ମହେଶ ମାଞ୍ଜେରକରଙ୍କ ଝିଅ ଅଶ୍ବାମୀ ମାଞ୍ଜେରକରଙ୍କୁ ଲଞ୍ଚ କରିବାକୁ ଯାଉଥିବା ଜଣାପଡ଼ିଛି।

bollywoodhungama.com

ଦବଙ୍ଗ ଅଭିନେତା ସଲମାନ ଏବଂ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବେ ନଜର ଆସିଥିବା ମହେଶ ବାସ୍ତବ ଜୀବନରେ ବହୁତ ଭଲ ବନ୍ଧୁ । ମହେଶ ତାଙ୍କ ଝିଅକୁ ବଲିଉଡ଼ରେ ଲଞ୍ଚ କରିବାକୁ ଇଛା ପ୍ରକାଶ କରିଥିବା ବେଳେ ଏଥିରେ ସାହାଯ୍ୟ କରିଛନ୍ତି ସଲମାନ । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଅଶ୍ବାମୀ ଙ୍କ ଦବଙ୍ଗ -୩ରେ ତାଙ୍କ ଚରିତ୍ର ବିଷୟରେ କିଛି ସଠିକ୍ ସୂଚନା ମିଳିନାହିଁ । କିନ୍ତୁ ତାଙ୍କ ଚରିତ୍ରର ମହତ୍ତ୍ବ ଦବଙ୍ଗ-୩ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ସୋନାକ୍ଷୀଙ୍କ ସହ ସମାନ ରହିବ ବୋଲି ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.