ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଅଜୟ ଦେବଗନଙ୍କୁ କଲେ ପ୍ରଶଂସା, କିଛି ତଳେ କଙ୍ଗନାଙ୍କ ଫିଲ୍ମ ପ୍ରମୋସନ ପାଇଁ ମନା କରିଥିଲେ ଅଜୟ

ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍ ସବୁବେଳେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି। ହେଲେ ସମସ୍ତଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କୁ ପ୍ରଶଂସା କରିଛନ୍ତ। ନିକଟରେ ଅଜୟ ଦେବଗନ ଅହମ୍ମଦାବାଦରେ ୪ଟି ସ୍କ୍ରିନ୍ ମଲ୍ଟିପ୍ଲେକ୍ସ ଖୋଲିଛନ୍ତି। ଏହି ଖବରକୁ ଟ୍ୟେଡ ଆନାଲିଷ୍ଟ ତରନ ଆଦର୍ଶ ଟ୍ଵିଟ୍‌ କରି ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।

ତରନଙ୍କ ଟ୍ଵିଟକୁ କଙ୍ଗନା ଇନଷ୍ଟା ଷ୍ଟୋରୀରେ ସେୟାର କରି କହିଛନ୍ତି, ଏହା ସବୁଠୁ ବଢିଆ ଉପାୟ। ଜଣେ ସୁପରଷ୍ଟାର ଭାବେ ନିଜର ରିସୋର୍ସକୁ ବ୍ୟବହାର କରିବା ଉଚିତ୍। ଏହା ମାଧ୍ୟମରେ କେବଳ ରୋଜଗାର ହିଁ ନୁହେଁ ବରଂ ସ୍କ୍ରିନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଭାରତରେ ମୋଟ୍ରୁ ୭ହଜାରରୁ କମ୍ ସ୍କ୍ରିନ୍ ଅଛି । ଚୀନରେ ଏହାର ସଂଖ୍ୟା ୭୦ ହଜାର। ଅଭିନନ୍ଦନ ଅଜୟ ଦେବଗାନ୍ ସାର୍।

ଚଳିତବର୍ଷ ଆରମ୍ଭରୁ କଙ୍ଗନା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଅଜୟ ଦେବଗନ ମୋ ଫିଲ୍ମର ପ୍ରମୋସନ କରିବେ ନାହିଁ। ସେ ଅନ୍ୟ ଫିଲ୍ମ ପ୍ରମୋଟ କରିବେ କିମ୍ବା ମୋ ଫିଲ୍ମ ପ୍ରମୋଟ କରିବେ ନାହିଁ। ଅଜୟଙ୍କୁ ମୋ ଫିଲ୍ମ ପସନ୍ଦ ଆସୁଛି କିନ୍ତୁ ଏହା ବିଷୟରେ ସେ ଟ୍ଵିଟ୍‌ କରିବେ ନାହିଁ।

କଙ୍ଗନା ଅଜୟଙ୍କ ବିଷୟରେ ଆହୁରି ମଧ୍ୟ କହିଥିଲେ, ‘ଅଜୟ ଦେବଗନ ମହିଳା କେନ୍ଦ୍ରିକ ଫିଲ୍ମ କରିବେ, କିନ୍ତୁ କଣ ସେ କେବେ ବି ମୋ ଫିଲ୍ମରେ କାମ କରିବେ କି? ଯଦି ସେ ମୋ ଫିଲ୍ମରେ କାମ କରିବେ ତେବେ ମୁଁ ତାଙ୍କୁ ଧନ୍ୟବାଦ ଦେବି । ଅର୍ଜୁନ ରାମପାଲଙ୍କ ପରି ମୋର ଫିଲ୍ମକୁ ଯଦି ସମର୍ଥନ କରନ୍ତି ତେବେ ମୋତେ ଭଲ ଲାଗିବ । କିନ୍ତୁ ଏହା ସ୍ପଷ୍ଟ ଯେ ସେ ତାହା କରିବେ ନାହିଁ। ମୁଁ ଭାବୁଛି ସମସ୍ତ କଳାକାର ମୋତେ ସମର୍ଥନ କରିବା ଉଚିତ୍ ।

ସୂଚନାଯୋଗ୍ୟ, କଙ୍ଗନାଙ୍କ ପାଖରେ ଏବେ ଅନେକ ଫିଲ୍ମ ରହିଛି। ଯାହା ମଧ୍ୟରେ ତେଜସ, ଇମରଜେନ୍ସ ଏବଂ ଟିକା ଭର୍ସେସ ଶେରୁ ସାମିଲ ରହିଛି। ତେଜସରେ କଙ୍ଗାନ ଇଣ୍ଡିଆନ ଏୟାରଫୋର୍ସ ଫାଇଲଟ ଭୂମିକାରେ ନଜର ଆସିବେ। ସେହିପରି ଇମରଜେନ୍ସୀରେ କଙ୍ଗନା ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ନିଜେ କରୁଛନ୍ତି। କଙ୍ଗନାଙ୍କ ଫିଲ୍ମ ଟିକୁ ଭର୍ସେସ ଶେରୁରେ ଅବନୀତ କୌର ଏବଂ ନଓ୍ଵାଜଉଦ୍ଦିନ ସିଦ୍ଧିକି ଲିଡ ରୋଲରେ ନଜର ଆସିବେ।

Also Read : ନୋରାଙ୍କ ଭିଣୋଇଙ୍କୁ BMW କାର୍‌ ଗିଫ୍ଟ କରିଥିଲା ସୁକେଶ, ଅଭିନେତ୍ରୀଙ୍କୁ ୬ ଘଣ୍ଟା ପଚରାଉଚରା ପରେ ଜାଣିଲା EOW

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.