ସାମ୍ନାକୁ ଆସିଲା ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ର ଦମ୍‌ଦାର ଟିଜର, ଆକ୍ସନ୍‌ ଓ ଯୁଦ୍ଧ ସିନ୍‌ ଦେଖିଲେ ଉଡ଼ିଯିବ ହୋସ୍‌; ଦେଖନ୍ତୁ ଭିଡିଓ

ଅଜୟ ଦେବଗନ୍‌ଙ୍କ ବହୁ ପ୍ରତୀକ୍ଷିତ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ଟିଜର ଆଜି ଆଉଟ୍‌ ହୋଇଛି। ଫିଲ୍ମର ଟିଜରରେ ଖୁବ୍‌ ସୁନ୍ଦର ଯୁଦ୍ଧ ସିନ୍‌ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଫିଲ୍ମର ଟ୍ରେଲର ଜୁଲାଇ ୧୨ରେ ରିଲିଜ୍‌ ହେବ।

‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ଟିଜରକୁ ଅଜୟ ଦେବଗନ୍‌ ନିଜ ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି। ଟିଜର ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି- ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠୁ ବଡ଼ ଲଢ଼େଇ। ଏଥିସହ କହିଛନ୍ତି ଯେ କାଲି ଫିଲ୍ମର ଟ୍ରେଲର ଆସିବ।

ଦେଖନ୍ତୁ ଟିଜର:

ସୂଚନାଯୋଗ୍ୟ ଯେ ଅଜୟ ଦେବଗନ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଶରଦ କେଲକର, ନୋରା ଫତେହୀ ପ୍ରମୁଖ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରିମିୟର ୧୩ ଅଗଷ୍ଟରେ ସିଧାସଳଖ ଓଟିଟି ପ୍ଲାଟଫର୍ମ ‘ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର’ରେ ହେବ।

Leave A Reply

Your email address will not be published.