କୋଟି କୋଟି ଟଙ୍କାର ମଦ ବିଜ୍ଞାପନ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ, ଜିଣିନେଲେ ଫ୍ୟାନ୍ସଙ୍କ ମନ

ପୁଣି ଥରେ ସମସ୍ତଙ୍କ ହୃଦୟକୁ ଜିଣିନେଇଛନ୍ତି ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ସୁପରଷ୍ଟାର ଅଲୁ ଅର୍ଜୁନ ନିକଟରେ ଏକ ମଦ କମ୍ପାନୀକୁ ବିଜ୍ଞାପନ କରିବାକୁ ମନା କରିଛନ୍ତି । ଯାହାଫଳରେ ତାଙ୍କର ଏହି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରିଛନ୍ତି । ଏହି ଆଡ୍‌ ପାଇଁ କୋଟି କୋଟି ଟଙ୍କାର ଡିଲ୍‌ କରାଯାଇଥିଲା, କିନ୍ତୁ ଅଲ୍ଲୁ ଅର୍ଜୁନ ଏହାକୁ କରିବାକୁ ମନା କରିଦେଇଥିଲେ। ଏହାପୂର୍ବରୁ ଅଲ୍ଲୁ ଅର୍ଜୁନ ତମାଖୁ ବିଜ୍ଞାପନ କରିବା ପାଇଁ ମନା କରିଦେଇଥିଲେ।

ଏଥର ଅଲ୍ଲୁ ଅର୍ଜୁନ କେବଳ ତାଙ୍କ ଫିଲ୍ମ ଓ ସ୍ୱଭାବରେ ନୁହେଁ ତାଙ୍କ ନିଷ୍ପତ୍ତିରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତନ୍ତି। କିଛି ମାସ ପୂର୍ବରୁ ପୁଷ୍ପା ଷ୍ଟାର୍ ପାନ ମସାଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ବିଜ୍ଞାପନ କରିବାକୁ ମନା କରିଦେଇଥିଲେ। ଏହି ବିଜ୍ଞାପନ ପାଇଁ ତାଙ୍କୁ ପ୍ରଚୁର ପରିମାଣର ମଧ୍ୟ ଅଫର ଦିଆଯାଇଥିଲା। କିନ୍ତୁ ଏଥିପାଇଁ ସେ ମନା କରିଦେଇଥିଲେ। ଏଥର ମଦ ବିଜ୍ଞାପନ କରିବା ପାଇଁ ପୁଣି ଥରେ ମନା କରିଦେଇଛନ୍ତି।

ମଦ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ କୋଟି କୋଟି ଟଙ୍କାର ଅଫରକୁ ମନା କରିଛନ୍ତି ଅଲ୍ଲୁ ଅର୍ଜୁନ । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତମ୍ଭକାର ମନୋବାଲା ବିଜୟବାଲାନ ଏହି ସୂଚନା ଦେଇଛନ୍ତି। ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେ ଅଲୁ ଅର୍ଜୁନଙ୍କ ବ୍ରାଣ୍ଡ୍ ବିଷୟରେ ଲେଖିଛନ୍ତି, ‘ମଦ ଏବଂ ପାନ ମସାଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ଅଲ୍ଲୁ ଅର୍ଜୁନ ୧୦ କୋଟି ଟଙ୍କାର ଅଫର କରାଯାଇଥିଲା। କିନ୍ତୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବର୍ତ୍ତମାନ ସେ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ପାଇଁ ୭.୫ କୋଟି ଟଙ୍କା ଚାର୍ଜ କରୁଛନ୍ତି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.