ରଣବୀର ସିଂହଙ୍କୁ ‘ନ୍ୟାୟ’ ଦେବାକୁ ସବୁ ଡ୍ରେସ୍‌ ଖୋଲିଦେଲେ ଅଭିନେତ୍ରୀ! ସପିଂ ମଲ୍‌ରୁ ସେୟାର କଲେ ନଗ୍ନ ଭିଡିଓ

ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବେ ନ୍ୟୁଡ୍‌ ଫଟୋସୁଟ୍‌ ଯୋଗୁ ବିବାଦରେ ଫସିଯାଇଛନ୍ତି। ଏହି କାରଣରୁ ଗୋଟେ ପଟେ ରଣବୀରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟପଟେ ଇନ୍ଦୋରରେ ତାଙ୍କ ପାଇଁ ପୋଷାକ ଦାନ କରାଯାଇଛି। କିନ୍ତୁ ଏସବୁ ମଧ୍ୟରେ ରଣବୀରଙ୍କର କୌଣସି ମତ ସାମ୍ନାକୁ ଆସିନାହିଁ। କିନ୍ତୁ ଇତି ମଧ୍ୟରେ ଅଭିନେତ୍ରୀ ତଥା ମଡେଲ ଅମାଣ୍ଡା ସେର୍ନୀଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ସପିଂ ମଲ୍‌ରେ ବିନା ପୋଷାକରେ ନଜର ଆସିଛନ୍ତି।

ନିକଟରେ ଅମାଣ୍ଡା ସେର୍ନୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅମାଣ୍ଡା ଏକ ସପିଂ ମଲରେ ନଜର ଆସିଛନ୍ତି। ଅମାଣ୍ଡା ଫୋନ୍‌ରେ କଥା ହେଉଛନ୍ତି ଓ ତା’ ପରେ ଫୋନ୍‌ କାଟି ଦେଇ ସବୁ ଡ୍ରେସ୍‌ ଖୋଲି ପକାଉଛନ୍ତି। ସେହିଭଳି ଉଲଗ୍ନ ଅବସ୍ଥାରେ ହିଁ ସେ ମଲ୍‌ରେ ଭିନ୍ନ ଭିନ୍ନ ପୋଜ୍‌ ଦେଉଛନ୍ତି।

ଅମାଣ୍ଡାଙ୍କ ଏହି ଭିଡିଓର ବ୍ୟାକ୍‌ ଗ୍ରାଉଣ୍ଡରେ ଏକ ଗୀତ ବି ଶୁଭୁଛି। ଅମାଣ୍ଡାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ରଣବୀରଙ୍କ ପାଇଁ ନ୍ୟାୟ?

ଦେଖନ୍ତୁ ଭିଡିଓ:

ଅମାଣ୍ଡା ସେର୍ନୀ କିଏ?

ତେବେ ଏଥରକ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିନାହାନ୍ତି ଅମାଣ୍ଡା। ପୂର୍ବରୁ ମଧ୍ୟ କୃଷକ ଆନ୍ଦୋଳନ ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅମାଣ୍ଡା ଚର୍ଚ୍ଚାକୁ ଆସିଥିଲେ। ସୂଚନାଯୋଗ୍ୟ ଯେ ଅମାଣ୍ଡା ଆମେରିକାରର ପିଟ୍ସବର୍ଗ, ପେନ୍‌ସିଲଭାନିଆର ବାସିନ୍ଦା। ସେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ଅମାଣ୍ଡାଙ୍କ ବୋଲ୍ଡ ଓ ଭିଡିଓକୁ ଫ୍ୟାନ୍‌ମାନେ ଖୁବ୍‌ ଆଗ୍ରହର ସହକାରେ ଅପେକ୍ଷା କରିଥାନ୍ତି। ପ୍ରକାଶ ଯେ ଅମାଣ୍ଡା ପ୍ଲେବୟ ମାଗାଜିନ୍‌ର ମଡେଲ ମଧ୍ୟ ଥିଲେ।

Also Read: ଇଣ୍ଡିଗୋ ବିମାନ ଚକା ତଳେ ପଶିଗଲା କାର, ଉଡ଼ାଣ ଭରିବା ବେଳେ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ; ଦେଖନ୍ତୁ ଭିଡିଓ

Leave A Reply

Your email address will not be published.