ପାକିସ୍ତାନୀ ଅଭିନେତାଙ୍କ ପ୍ରେମର ପଡିଲେ ଅମିଷା ପଟେଲ ! ଭିଡିଓ ଭାଇରଲ

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଏବେ ଫିଲ୍ମ ଠାରୁ ସୋସିଆଲ ମିଡିଆରେ ବୋଲ୍ଡ ଭିଡିଓ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ନା ଫିଲ୍ମ ନା ସୋସିଆଲ ମିଡିଆ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମିଷା ପଟେଲ। ନିକଟରେ ଅମିଷା ପଟେଲ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନୀ ଅଭିନେତା ଇମରାନ ଆବାସଙ୍କ ସହିତ ନଜର ଆସିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଭିଡିଓରେ ଅମିଷା ଇମରାନଙ୍କ ସହିତ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ଏହି ଭିଡିଓରେ ଅମିଷା ୧୯୮୧ରେ ରିଲିଜ ହୋଇଥିବା ଫିଲ୍ମ କ୍ରାନ୍ତିର ଗୀତ ‘ମୋହବତ୍‌ ୟେ ନହଁ ତୋ କ୍ୟା ହୈ’ ଗୀତରେ ଲିପିସିଂ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଅମିଷାଙ୍କୁ ନିଜ ବାହୁବଳରେ ଧରିଛନ୍ତି ଇମରାନ। ଏହି ଭିଡିଓ ସେୟାର କରି ଅମିଷା କ୍ୟାପସନରେ ଲେଖିଛନ୍ତି, ‘ମୋ ସୁପରଷ୍ଟାର ସାଙ୍ଗ ଇମରାନ ଆବାସ ସହିତ ଗତ ସପ୍ତାହରେ ବାହରିନରେ ମସ୍ତି’ ।

 

View this post on Instagram

 

A post shared by Ameesha Patel (@ameeshapatel9)

ଇମରାନଙ୍କ ନାମରେ ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ ନେଇ ଚର୍ଚ୍ଚାରେ ରହିଛି। ତାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନିଜେ ଇମରାନ ଏହାକୁ ବିରୋଧ କରିଥିଲେ। ଇମରାନ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ନିଜ ଆଫାୟରକୁ ନେଇ ସଫେଇ ଦେଇଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଇମ୍ରାନ ତାଙ୍କର ଅନେକ ସହ-ଅଭିନେତ୍ରୀଙ୍କ ସହ ତାଙ୍କ ଅଫେୟାର୍ସ ରହିଥିବା ବେଳେ ନିକଟରେ ଚତୁର୍ଥ ବିବାହକୁ ନେଇ ଲୋକଲୋଚନକୁ ଆସିଥିଲେ। କିନ୍ତୁ ଏବେ ଅମିଷାଙ୍କ ସହ ଏହି ଅଭିନେତାଙ୍କ ସମ୍ପର୍କ ଖବର ଆସେ, ତେବେ ଭାରତୀୟ ପ୍ରଶଂସକମାନେ ଚକିତ ହୋଇପାରନ୍ତି ।

ସୂଚନାଯୋଗ୍ୟ, ୧୫ ଜୁନ୍‌ ୨୦୦୧ରେ ରିଲିଜ ହୋଇଥିବା ଫିଲ୍ମ ‘ଗଦର’ର ସିକ୍ୱେଲ ହେବାକୁ ଯାଉଛି। ଯେଉଁଥିରେ ପୁଣିଥରେ ସନି ଦେଓ୍ଵଲ ଏବଂ ଅମିଷା ପଟେଲ ନଜର ଆସିବେ। ରିପୋର୍ଟ ମୁତାବକ, ‘ଗଦର ୨’ର ଆଗ କାହାଣୀ ଦେଖିବାକୁ ମିଳିବ। ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି। ଅମିଷା ମଧ୍ୟ ସୁଟିଂ ସେଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 

View this post on Instagram

 

A post shared by Ameesha Patel (@ameeshapatel9)

Also Read : ଚାଲିଗଲେ କମେଡିଆନ ରାଜୁ ଶ୍ରୀବାସ୍ତବ, ସମସ୍ତଙ୍କୁ ହସାଉଥିବା ଲୋକ କନ୍ଦାଇ ଦେଇ ଚାଲିଗଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.