“ମିସ୍ଟର ପରଫେକ୍ସନିଷ୍ଟ” ଟ୍ୟାଗକୁ ନେଇ ଚିଡ଼ ଚିଡ଼ ହୋଇଯାନ୍ତି ଅମୀର ଖାନ, କହିଲେ ମୋର ଏ ଡାକ ପସନ୍ଦ ନୁହେଁ

ବଲିଉଡ ଅଭିନେତା ଅମୀର ଖାନ ନିଜର ପ୍ରତିଟି ଫିଲ୍ମକୁ ଖୁବ ସତର୍କତାର ସହିତ ପ୍ରସ୍ତୁତ କରିଥାନ୍ତି । ତାଙ୍କ ପ୍ରତିଟି ଫିଲ୍ମରେ ନୂଆ କିଛି ଦେଖେଇବାକୁ ଚେଷ୍ଟା କରନ୍ତି ଅମୀର ଖାନ । ଏହି କାରଣରୁ ହିଁ ତାଙ୍କୁ ବଲିଉଡରେ ମିସ୍ଟର ପ୍ରଫେକ୍ସନିଷ୍ଟ ନାଁରେ ବି ଜଣାଯାଏ । କିନ୍ତୁ ଅମୀର ଖାନଙ୍କୁ ତାଙ୍କର ଏହି ନାଁ ଜମା ବି ପସନ୍ଦ ନୁହେଁ । ଏଇ ନିକଟରେ ହିଁ ଅମୀର ନିଜ ଫ୍ୟାନ୍ସ ମାନଙ୍କୁ ଏହା କହି ଆଶ୍ଚର୍ଯ୍ୟ କରିଦେଇଛନ୍ତିକି ସେ ଜମା ବି ପ୍ରଫେକ୍ସନରେ ବିଶ୍ୱାସ କରନ୍ତି ନାହିଁ । କହିରଖୁଛୁକି ବର୍ତ୍ତମାନ ସମୟରେ ଅମୀର ନିଜ ଫିଲ୍ମ “ଲାଲ ସିଂହ ଚଢ଼ା”କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଅମୀରଙ୍କ କହିବା ଅନୁଯାୟୀ ସେ କ୍ଵାଣ୍ଟିଟି ଅପେକ୍ଷା କ୍ୱାଲିଟି ଉପରେ ଅଧିକ ବିଶ୍ୱାସ କରନ୍ତି । ହୁଏତ ଏହା ହିଁ ତାଙ୍କୁ ମିସ୍ଟର ପରଫେକ୍ସନିଷ୍ଟର ଟାଇଟଲ ଦେଇଛି । କିନ୍ତୁ ଏବେ ନିଜେ ଅମୀର ନିଜର ଏହି ଟ୍ୟାଗକୁ ପସନ୍ଦ କରିନଥିବା ନେଇ କହିଛନ୍ତି । ଏଇ ନିକଟରେ ଏକ ୱେବ ଶୋ’ରେ ନିଜେ ଅମୀର କହିଛନ୍ତିକି, “ମୁଁ ପ୍ରଫେକ୍ସନରେ ଆଦୌ ବିଶ୍ୱାସ କରେନାହିଁ । କାରଣ ତାଙ୍କର ବିଶ୍ୱାସ ରହିଛିଯେ ଅପୂର୍ଣ୍ଣତାରେ ହିଁ ସୌନ୍ଦର୍ଯ୍ୟ ଲୁଚି ରହିଛି ।” ଅମୀରଙ୍କ କହିବା ଅନୁଯାୟୀ ଏହି ଟ୍ୟାଗ ତାଙ୍କୁ ମିଡ଼ିଆ ଲୋକେ ହିଁ ଦେଇଛନ୍ତି । କାରଣ ଦୀର୍ଘ ସମୟ ଧରି ତାଙ୍କର ଏମିତି କିଛି ଫିଲ୍ମ ନଥିଲା ଯାହାକି ବକ୍ସ ଅଫିସରେ ହିଟ ହୋଇନଥିଲା । ସେ ଏହା ମଧ୍ୟ କହିଛନ୍ତିକି ଯେଉଁ ଜିନିଷକୁ ଆମେ ପସନ୍ଦ କରୁ କିମ୍ବା ଭଲ ପାଉ ତାହା ଏକ ପ୍ରକାର ଯାଦୁ କ୍ଷଣ ହୋଇଥାଏ | ଅମୀର ଏହା ମଧ୍ୟ କହିଛନ୍ତିକି “ଯାଦୁଇ କ୍ଷଣ ପ୍ରଫେକ୍ସନ ଠାରୁ ଅଧିକ ଆକର୍ଷକ ହୋଇଥାଏ ।”

କହିରଖିବା ଉଚିତ ହେବକି ଅମୀର ଖାନଙ୍କ ଫିଲ୍ମ “ଲାଲ ସିଂହ ଚଢା” ରିଲିଜ ପାଇଁ ପ୍ରସ୍ତୁତ ଅଛି । ଏଥିରେ ଅମୀରଙ୍କ ସମେତ କରିନା କପୁର ବି ନଜର ଆସିବେ । ଅମୀରଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ”କୁ କଡା ଟକ୍କର ଦେବା । ଦେଖିବା କଥା ଦୁହିଁଙ୍କ ମଧ୍ୟରୁ କିଏ ବାଜି ମାରିବ । ଅମୀରଙ୍କ ଫିଲ୍ମକୁ ଦେଖିଲେ ଏହା ହେଉଛି “ଫରେଷ୍ଟ ଗମ୍ପ” ର ରିମେକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.