ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ହରିୟାଣାରେ ହେଲା ବ୍ୟାନ୍‌

ନୂଆଦିଲ୍ଲୀ : ଅମୀର ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଏହି ମାସ ୧୧ ତାରିଖରେ ଫିଲ୍ମ ହଲରେ ରିଲିଜ ହେବାକୁ ଅଛି । ଏହି ଫିଲ୍ମରେ ଏହି ଦୁଇ କଳାକାରଙ୍କ ଛଡା ସାଉଥ ଅଭିନେତା ନାଗା ଚୈତନ୍ୟ ମଧ୍ୟ ଅଭିନୟ କରିଛନ୍ତି । ଏହା ନାଗା ଚୈତନ୍ୟଙ୍କ ପ୍ରଥମ ବଲିଉଡ ଫିଲ୍ମ ।

ଏବେ ଏହି ଫିଲ୍ମକୁ ସୋସିଆଲ ମିଡିଆରେ ବ୍ୟାନ୍‌ କରିବାକୁ ଜବରଦସ୍ତ ଦାବି ହେଉଛି । ଫଳରେ ଅମୀର ଏହି ଫିଲ୍ମକୁ ଦେଖିବାପାଇଁ ସମସ୍ତଙ୍କୁ ଅପିଲ କରୁଛନ୍ତି । ଇତି ମଧ୍ୟରେ ବଲିଉଡ ଅଭିନେତା ଓ ନିଜକୁ ଫିଲ୍ମ କ୍ରିଟିକ କହୁଥିବା କମାଲ ରସିଦ ଖାନ୍‌(କେଆରକେ) ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଅମୀରଙ୍କ ଏହି ଫିଲ୍ମକୁ କେତୋଟି ରାଜ୍ୟରେ ବ୍ୟାନ୍‌ କରାଯାଇଛି । କେଆରକେଙ୍କ ଏହି ଟ୍ଵିଟକୁ ମଧ୍ୟ ୟୁଜର୍ସଙ୍କ ସପୋର୍ଟ ମିଳିଛି । ଏଥିସହିତ ଏହାର ଖୁବ୍‌ ଟ୍ରୋଲ ମଧ୍ୟ କରାଯାଇଛି ।

ଏହା ଟ୍ରୋଲ ହେବା ପରେ ଏହି ଟ୍ଵିଟକୁ ସେ ଡିଲିଟ କରିଦେଇଛନ୍ତି । କେଆରକେ ତାଙ୍କ ଟ୍ଵିଟ କଲାବେଳେ ଲେଖିଥିଲେ ଯେ ‘ବ୍ରେକିଂ ନ୍ୟୁଜ-ଫିଲ୍ମ ଲାଲ ସିଂହ ଚଡ୍ଡାକୁ ୟୁପି, ଏମପି ଓ ହରିୟାଣାରେ ବେସରକାରୀ ଭାବେ ବ୍ୟାନ୍‌ କରାଯାଇଛି । ’

ଅନ୍ୟ ପକ୍ଷରେ ଲୋକଙ୍କ ପ୍ରତିକ୍ରିୟା ମିଳିବା ପରେ ଅଭିନେତା ଅମୀର ଖାନ କହିଛନ୍ତି ‘ନ ଦେଖ ଆମର ଫିଲ୍ମ, ଯାହାକୁ ପସନ୍ଦ ନାହିଁ ନ ଦେଖ ’। ସେହିପରି କରୀନା କପୁର ମଧ୍ୟ ତାଙ୍କର ପ୍ରତିକ୍ରିୟାରେ ‘ଆମ ଫିଲ୍ମକୁ ନ ଦେଖ’ ବୋଲି କହିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଖାଦେଇଛି । ଫଳରେ ଲୋକେ ଏହାକୁ ପୁରା ବ୍ୟାନ କରାଯିବ ବୋଲି କହିଛନ୍ତି । ଏବେ ଏହି ବିବାଦ ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.