ବିଗ୍‌ ବି’ଙ୍କ ଆଖିରେ ଲୁହ, କେବିସିରେ ଅଭିଷେକଙ୍କୁ ଦେଖି ହେଲେ ଭାବବିହ୍ଵଳ

କେନ୍ୟୁଜ୍‌ ବ୍ୟୁରୋ : ଅମିତାଭ ବଚ୍ଚନ ହେଉଛନ୍ତି ଏମିତି ଜଣେ କିମ୍ବଦନ୍ତୀ କଳାକାର, ଯେବେଠୁ ସିଏ କଳା ଜଗତରେ ପାଦ ଦେଇଛନ୍ତି ସେବେଠାରୁ ଲୋକମାନଙ୍କର ମନୋରଞ୍ଜନ କରି ଆସୁଛନ୍ତି । ଆସନ୍ତା ୧୧ ଅକ୍ଟୋବରରେ ସେ ନିଜର ୮୦ ତମ ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି। ସେ ତାଙ୍କର ବୟସକୁ କେବେ ନିଜର କାମ ଭିତରେ ଆଣି ନାହାଁନ୍ତି। ବୟସ ତାଙ୍କ ପାଇଁ ଅଙ୍କ ମାତ୍ର ।

ତାଙ୍କର ପ୍ରଶଂସକମାନେ ବିଗ୍‌ ବି’ଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି। ଆହୁରି ଶୁଣିବାକୁ ମିଳିଛି ଯେ ଏହି ଦିନକୁ ଆହୁରି ଖାସ୍‌ କରିବା ପାଇଁ ସୁପରହିଟ୍‌ କ୍ୱିଜ୍‌ ଶୋ ‘କନ୍‌ ବନେଗା କରୋଡ଼ ପତି-୧୪’ (Kaun Banega Crorepati 14) କୁ ସେ ଏହି ଦିନ ହୋଷ୍ଟ ମଧ୍ୟ କରିବେ।

ଅମିତାଭ ହେଲେ ଭାବବିହ୍ଵଳ :

ବିଗ୍‌ ବିଙ୍କ ଜନ୍ମଦିନକୁ ଅଧିକ ସ୍ୱତନ୍ତ୍ର ବନେଇବା ପାଇଁ ତାଙ୍କ ପୁଅ ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ତଥା ସୁପରିଚିତ ଅଭିନେତ୍ରୀ ଜୟା ବଚ୍ଚନ ହଟ୍‌ ସିଟରେ ବସିବେ। ନିର୍ମାତାଙ୍କ ଦ୍ୱାରା ଜାରି ହୋଇଥିବା ପ୍ରମୋ ଭିଡ଼ିଓରେ ଅମିତାଭ ବହୁତ ଇମୋଶନାଲ ହୋଇପଡିଥିବା ଦେଖିବାକୁ ମିଳିଛନ୍ତି।

ଅଭିଷେକଙ୍କୁ ଦେଖି କାହିଁକି ହେଲେ ଭାବ ବିହ୍ଵଳ:

ଭିଡ଼ିଓରେ ଦେଖିବାକୁ ମିଳିଛି ଯେତେବେଳେ ଖେଳ ଶେଷ ହେଉଛି ,ଏବଂ ହୁଟର ବାଜୁଛି .ସେତେବେଳେ ଅମିତାଭ ବଚ୍ଚନ ଚକିତ ହୋଇ କହି ଉଠୁଛନ୍ତି ଖେଳ ବହୁତ ଶୀଘ୍ର ସରିଗଲା। ସେହି ସମୟରେ ତାଙ୍କର ଲୋକ ପ୍ରିୟ ଗୀତ ‘କଭି କଭି ମେରେ ଦିଲ୍‌ ମେ ଖୟାଲ ଆତା ହେ’ ବାଜି ଉଠୁଛୁ ଏବଂ ସେହି ସମୟରେ ଅଭିଷେକ ବଚ୍ଚନ ଏଣ୍ଟ୍ରି ନେଉଛନ୍ତି। ଅଭିଷେକଙ୍କୁ ଦେଖି ସେ ବହୁତ ଭାବ ବିହ୍ଵଳ ହୋଇ ପଡ଼ିଛନ୍ତି।
ଏଠାରେ ସୂଚନା ଥାଉ କି ଚ୍ଯାନେଲ ଦ୍ୱାରା ଜାରି କରାଯାଇଥିବା ପୋଷ୍ଟରରେ ଅଭିଷେକ ଏବଂ ଜୟା କେବିସି-୧୪ ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି। ଏହି ଶୋ ସୋନୀ ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନରେ ପ୍ରସାରିତ ହେଉଥିବାବେଳେ ଏହି ଶୋ’ର ପ୍ରତିଟି ଏପିସୋଡ୍‌ ପାଇଁ ପ୍ରଶଂସକମାନେ ଉତ୍ସାହିତ ହୋଇ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.