ପ୍ୟାରିସର ସେଲୁନରେ ଅମିତାଭ ବଚ୍ଚନଙ୍କ ହେୟାର ଷ୍ଟାଇଲ ଫଟୋ, ବିଗ ବି କହିଲେ ଏମିତି କିଛି

ନୂଆଦିଲ୍ଲୀ : ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ବା ବିଗ ବି କେବଳ ସିନେ ଜଗତରେ ନୁହେଁ ସାରା ଦୁନିଆରେ ଲୋକପ୍ରିୟ ହୋଇଛନ୍ତି । ସେ ପ୍ରାୟ ୫ ଦଶକ ଧରି ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁ ହିଟ ଫିଲ୍ମ ଦେଇ ଆସୁଛନ୍ତି । ଅମିତାଭଙ୍କ ଏହି ଲୋକପ୍ରିୟତା ପାଇଁ ସେ କେବଳ ଭାରତରେ ନୁହଁନ୍ତି ଭାରତ ବାହାରେ ମଧ୍ୟ ତାଙ୍କର ପ୍ରଶଂସକ ରହିଛନ୍ତି । ତାଙ୍କର ଆଓ୍ଵାଜ ଓ ଷ୍ଟାଇଲକୁ ବହୁ ବ୍ୟକ୍ତି ଫଲୋ କରନ୍ତି ।

ତାଙ୍କର ହେୟାର ଷ୍ଟାଇଲ ମଧ୍ୟ ଅନେକଙ୍କୁ ପ୍ରଭାବିତ କରେ । ନିକଟରେ ତାଙ୍କର ହେୟାର ଷ୍ଟାଇଲକୁ ନେଇ ମିଳିଛି ବଡ଼ ଖବର । ଅମିତାଭଙ୍କ ହେୟାର ଷ୍ଟାଇଲ ଥିବା ଏକ ଫଟୋ ପ୍ୟାରିସର ଏକ ସେଲୁନରେ ଲାଗିଥିବା ଦେଖାଯାଇଛି । ଅମିତାଭଙ୍କୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବିଗ ବି ତାଙ୍କ ଇନଷ୍ଟ୍ରାଗ୍ରାଫ ଆକାଉଣ୍ଟରେ ପ୍ୟାରିସର ଏକ ସେଲୁନରେ ଲାଗିଥିବା ତାଙ୍କ ଫଟୋ ସେୟାର କରିଛନ୍ତି । ଏଥି ସହ ସେ ଲେଖିଛନ୍ତି ‘ହେ ଭଗବାନ ଏ ଦୁନିଆକୁ କ’ଣ ସବୁ ଏ ହେଉଛି ।’ ଅମିତାଭ ବଚ୍ଚନ ପ୍ୟାରିସ ସେଲୁନରେ ଲାଗିଥିବା ତାଙ୍କର ଫଟୋକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ହେଲେ ତାଙ୍କର ପ୍ରଶଂସକମାନେ ଏହାକୁ ପସନ୍ଦ କରିବା ସହ ଏଥିରେ ଲଭ ଇମୋଜି ଦେଇଛନ୍ତି । ପ୍ୟାରିସର ଏହି ସେଲୁନରେ ଅମିତାଭଙ୍କ ସହ ଦୁଇ ବିଦେଶୀ ଅଭିନେତ୍ରୀଙ୍କ ଫଟୋ ମଧ୍ୟ ଲାଗିଥିବା ଦେଖାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଅଷ୍ଟ୍ରେଲିଆ ଅଭିନେତ୍ରୀ କେଟ୍‌ ବ୍ଲେଂଚେଟ ଅଛନ୍ତି ।

Leave A Reply

Your email address will not be published.