ଜାଣନ୍ତୁ କାହିଁକି ଅମିତାଭ ଦେଉଛନ୍ତି ଏହି ବ୍ୟକ୍ତିମାନଙ୍କୁ ୨ କୋଟି ଟଙ୍କା !

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଘୋଷଣା କରିଛନ୍ତି , ସେ ଭାରତୀୟ ସେନାରେ ଶହୀଦ ଜବାନଙ୍କ ବିଧବା ସ୍ତ୍ରୀ ଏବଂ ଦେଶର କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅମିତାଭ ବଚ୍ଚନ ଏହିଭଳି ସମାଜିକ କାର୍ୟ୍ୟରେ ବହୁତ ଦିନରୁ ଜଡିତ ଅଛନ୍ତି ।

ବିଗ ବି ପୋଲିଓ ନିବାରଣ,ଟିବି ନିରୋଧକ ଅଭିଯାନ,ଏବଂ ସ୍ବଚ୍ଛ ଭାରତ ଅଭିଯାନ ରେ ନଜର ଆସି ସାରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଅମିତାଭ ବଚ୍ଚନ ୨ କୋଟି ଟଙ୍କାର ଆର୍ଥିକ ସହାୟତା କରିବା ପାଇଁ ଫଇସଲା କରିଛନ୍ତି । ଏହି ରାଶିରୁ ୧ କୋଟି ଟଙ୍କା ସେ ସହିଦ ହୋଇଥିବା ସୈନିକଙ୍କ ପରିବାର ଏବଂ ଆଉ ୧ କୋଟି ଟଙ୍କା ସେହି କୃଷକ ମାନଙ୍କ ପାଇଁ ଯେଉଁମାନେ କରଜରେ ବୁଡି ରହିଛନ୍ତି।

ସୂଚନା ଅନୁଯାଇ ଅମିତାଭ ବ୍ୟକ୍ତିଗତ ଭାବରେ ଏକ ଟିମ ଗଠନ କରିଛନ୍ତି ଯେଉଁମାନେ ଏହା ଉପରେ ଧ୍ୟାନ ରଖିବେ ଯେ  ଯେଉଁ ଟଙ୍କା ଦିଆଯାଉଛି ତାହା ଠିକ ବ୍ୟକ୍ତିଙ୍କ ପାଖରେ ଯେମିତି ପହଁଞ୍ଚି ପାରିବ । ଅମିତାଭ ବଚ୍ଚନ ଏମିତି କରିବା ପଛରେ ଏହି କାରଣ ରହିଛି ଯେ ସେ ଚାହୁଁଛନ୍ତି ତାଙ୍କ ଦ୍ବାରା କରାଯାଇଥିବା ଏହି କାର୍ୟ୍ୟ ଲୋକ ମାନଙ୍କ ପାଖକୁ ପହଞ୍ଚୁ ଏବଂ ସେମାନେ ମଧ୍ୟ ଏହିଭଳି କାର୍ୟ୍ୟରେ ଯୋଗଦାନ କରି ଏକ ସଶକ୍ତ ଭାରତ ନିର୍ମାଣ କରିପାରନ୍ତୁ ।

ଅମିତାଭ ବଚ୍ଚନଙ୍କ ଅନୁସାରେ କୃଷକ ଏବଂ ଜବାନମାନେ ସମାଜରେ ବହୁତ ମହତ୍ବପୂର୍ଣ୍ଣ ଅଂଗ ଅଟନ୍ତି । ଆମକୁ ଭାରତ ଉପରେ ଗର୍ବ କରିବା ଦରକାର ଏବଂ ଏମାନଙ୍କୁ ଅଣଦେଖା କରିବା ଉଚିତ ନୁହେଁ । କିନ୍ତୁ ଅମିତାଭଙ୍କ ପାଖରୁ ଏହି ବିଷୟରେ କୌଣସି ଅଧିକ ବୟାନ ମିଳିନାହିଁ ।

Leave A Reply

Your email address will not be published.