ମୁଁ ତୁମକୁ ଏହା ବାରମ୍ବାର କରିବା ପାଇଁ କହୁଛି ଏଥିପାଇଁ ମତେ କ୍ଷମା କରିବ : ଅଭିନେତ୍ରୀଙ୍କୁ କହିଲେ ଅନୁରାଗ କଶ୍ୟପ୍

ମୁମ୍ବାଇ : ନିକଟ ଅତୀତରେ ୱେବ ସିରିଜ୍ “ସିକ୍ରେଟ୍ ଗେମ୍ସ” ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ମୁଖ୍ୟ କଳାକାର ଭାବେ ନଜର ଆସୁଛନ୍ତି ନୱାଜଉଦ୍ଦିନ୍ ସିଦ୍ଦିକୀ ଏବଂ କୄବା ସେନ୍। ସିରିଜର ଏକ ସିନରେ କୄବା କାନ୍ଦିକାନ୍ଦି ନୱାଜଙ୍କ ସାମ୍ନାରେ ପୋଷାକ ଖୋଲୁଥିବାର ଦେଖିବାକୁ ମିଳିଥିଲା। ଏହି ସିନର ସୁଟିଂ ବିଷୟରେ ଅଭିନେତ୍ରୀ କୄବା ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଏହି ସିନର ସୁଟିଂ ସମୟରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ତାଙ୍କୁ ପ୍ରଥମେ ମଦ୍ୟପାନ କରାଇଥିଲେ, ତାହାପରେ ସିନଟିକୁ ୭ଟି ଟେକ୍ ନେଇ ଶେଷ କରିଥିଲେ।

kruba

ଅଭିନେତ୍ରୀ କହିଛନ୍ତି , ସିନଟି ବାସ୍ତବିକ ଲାଗିବା ପାଇଁ ନିର୍ଦ୍ଦେଶକ ଅନୁରାଗ ପ୍ରଥମେ ମତେ ମଦ୍ୟପାନ କରାଇଥିଲେ। ତାହାପରେ ମତେ ଡ଼ାଏଲୋଗ କହିବା ପାଇଁ କହିଥିଲେ। ଅନୁରାଗ ମତେ ସେହି ସିନ୍ କରିବା ପାଇଁ ବାରାମ୍ବାର କହିଥିଲେ। ପାଖପାଖି ୭ଥର ମୁଁ ସେ ଗୋଟିଏ ସଟ୍ ଦେଇଥିଲି। ଶେଷକୁ ଅନୁରାଗ ମୋ ପାଖକୁ ଆସି କାନରେ ଧିରେ ସେ କହିଥିଲେ , “ମୁଁ ତୁମକୁ ଏହା ବାରମ୍ବାର କରିବା ପାଇଁ କହୁଛି ଏଥିପାଇଁ ମତେ କ୍ଷମା କରିବ। ବାସ ଆଉ ଥରେ ଏହା କରିଦିଅ। ଦୟାକରି ଏଥିପାଇଁ ମତେ ଘୃଣା କରିବାନାହିଁ କହିଥିଲେ”।

ପ୍ରଥମେ ଅଭିନେତ୍ରୀ ଏହି ସିନ୍ ପାଇଁ ମନଦୁଃଖ କରିଥିବା ବେଳେ ସିରିଜ୍ ରିଲିଜ୍ ପରେ ତାହା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ସିନଟିକୁ ଏତେ ସୁନ୍ଦର ଭାବେ ଦେଖାଯାଇଥିଲା ଯାହା ତାଙ୍କର ସମସ୍ତ ଦୁଃଖକୁ ଖୁସିରେ ପରିଣତ କରିଥିଲା। ଏହାପରେ ସେ କହିଛନ୍ତି “ଯେତେବେଳେ ଆପଣ ଏକ ମାହାନ୍ ଟିମ୍ ସହ କାମ କାରୁଥିବେ ସେଥିରେ କେବେ କୌଣସି ଭୁଲ ରହିବା ଅସମ୍ଭବ”। ସିରିଜ୍ ସିକ୍ରେଟ୍ ଗେମ୍ସ ରେ ଅନେକ ବେଡ଼ ଏବଂ ନ୍ୟୁଡ଼ ସିନ୍ ରହିଛି। ଏହାଛଡ଼ା ରିଲିଜ୍ ପୂର୍ବରୁ ହିଁ ସିରିଜର ଅନେକ ସିନ୍ ଇଣ୍ଟରନେଟରେ ଲିକ୍ ମଧ୍ୟ ହୋଇଛି।

Leave A Reply

Your email address will not be published.