ଝିଅ ଜନ୍ମ ପରେ ପ୍ରଥମ ଥର ସର୍ବସମ୍ମୁଖକୁ ଆସିଲେ ବିରାଟ-ଅନୁଷ୍କା, ସ୍ମାଇଲ ସହିତ ପାପାରାଜୀ ସାମ୍ନାରେ ଦେଲେ ପୋଜ୍‌

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବା ପରେ ପ୍ରଥମ ଥର ସର୍ବସମ୍ମୁଖକୁ ଆସିଛନ୍ତି। ଗୁରୁବାର ସେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇର ଏକ କ୍ଲିନିକ୍‌ ବାହାରେ ନଜର ଆସିଥିଲେ। କ୍ଲିନିକ୍‌ରୁ ବାହାରି ପାପାରାଜୀ ପାଇଁ ପୋଜ୍‌ ଦେବା ବେଳେ ହସୁଥିବାର ଦେଖାଯାଇଥିଲା। ଅନୁଷ୍କା ଅଲ୍‌-ଡେନିମ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ଗୋପନୀୟତାକୁ ସମ୍ମାନ କରିବା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଅନୁଷ୍କା ଶର୍ମା ଦୁଇ ସପ୍ତାହ ପୂର୍ବେ ଅର୍ଥାତ୍‌ ୧୧ ଜାନୁଆରୀରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏ ନେଇ ବିରାଟ ଟ୍ଵିଟରେ ଘୋଷଣା କରିଥିଲେ କି, ମା’ ଓ ଛୁଆ ଦୁହେଁ ସୁସ୍ଥ ଅଛନ୍ତି ଏବଂ ଗୋପନୀୟତା ବଜାୟ ରଖିବାକୁ ସେ ଅନୁରୋଧ ମଧ୍ୟ କରିଥିଲେ। ସୂଚନାଥାଉ କି, ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବିରାଟ ଓ ଅନୁଷ୍କା ଗତ ଅଗଷ୍ଟରେ ଘୋଷଣା କରିଥିଲେ ଯେ ସେମାନେ ଏକ ପିଲା ପାଇଁ ଆଶା କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.