ଯୁବକଙ୍କ ଉପରେ ବର୍ଷିଲେ ଅନୁଷ୍କା : କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କଲେ ସମର୍ଥନ

ଅଳିଆ ଫିଙ୍ଗୁଥିବା ନେଇ ଭିଡିଓ ହୋଇଥିଲା ଭାଇରାଲ

ମୁମ୍ବାଇ : ଦୁଇ ଦିନ ତଳେ ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ରାସ୍ତାରେ ଅଳିଆ ପକାଉଥିବା ଯୁବକଙ୍କ ଉପରେ ରାଗୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଅଳିଆ ପକାଉଥିବା ଅରହାନ ସିଂହ ନାମକ ଯୁବକ ସୋସିଆଲ ମିଡିଆରେ ଅନୁଷ୍କାଙ୍କୁ ଗାଳି କରିଥିବା ଦେଖାଯାଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଅରହାନଙ୍କ ମା ମଧ୍ୟ ସୋସିଆଲ ମିଡିଆରେ ଅନୁଷ୍କାଙ୍କୁ ପ୍ରବଳ ଗାଳି କରିଥିଲେ । ଏହା ଦ୍ୱାରା ତାଙ୍କ ପୁଅର ଜୀବନ ପ୍ରତି ବିପଦ ଆସିଥିବା ସେ କହିଥିଲେ ।

ମହିଳାଙ୍କ ଅନୁଯାୟୀ , କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜର ପବ୍ଲିସିଟି ପାଇଁ ଏପରି କରୁଛନ୍ତି ହେଲେ ଅନୁଷ୍କାଙ୍କୁ ସମର୍ଥନ କରିଥିଲେ ଅଭିନେତା ରଣବୀର ସିଂହ ଓ କରଣ ଜୋହର । ଏଥିସହ ଏବେ ଅନୁଷ୍କାଙ୍କ ସମର୍ଥନରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ । କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି, କଣ ସତରେ ବିରାଟ ଓ ଅନୁଷ୍କାଙ୍କୁ ପବ୍ଲିସିଟିର ଆବଶ୍ୟକତା ରହିଛି । ସେମାନେ ନିଜେ ପ୍ରାଇଭେସି ଚାହୁଁଛନ୍ତି । ବିରାଟ କୋହଲି ମଧ୍ୟ ଏହାକୁ ନେଇ ଟ୍ଵିଟ୍ କରି ଅନୁଷ୍କାଙ୍କ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.