ପୁଅର ହୁକ୍କା ସହିତ ଫୋଟୋ ସେୟରା କରି ଫ୍ୟାନ୍ସଙ୍କ ଟ୍ରୋଲର ଶିକାର ହେଲେ ଭାରତୀ

କମେଡିଆନ ଭାରତୀ ସିଂହ ସମୟ ସମୟରେ ପୁଅ ଲକ୍ଷର ଫୋଟୋ ଗୁଡିକୁ ସେୟାର କରିଥାନ୍ତି । କୁନି ପୁଅ ଲକ୍ଷର ଫଟୋ ଗୁଡିକୁ ବିଭିନ୍ନ ସୋସିଆଲ ମିଡିଆରେ ବି ଖୁବ ପସନ୍ଦ କରାଯାଉଛି । କିନ୍ତୁ ନିକଟରେ ଭାରତୀ ସେୟାର କରିଥିବା ପୁଅ ଲକ୍ଷର ଫୋଟୋ ଗୁଡିକୁ ନେଇ ଫ୍ୟାନ୍ସ ମାନେ କିଛିଟା କ୍ଷୁବ୍ଧ ହୋଇଥିବା ଜଣାଯାଇଛି । ଏଇ ନିକଟରେ ଭାରତୀ ସେୟାର କରିଥିବା ଫଟୋରେ ତାଙ୍କ ପୁଅ ଆରବର ଶେଖ ବାଲି ଡ୍ରେସ ପିନ୍ଧିଥିବା ନଜର ଆସିଛି । ଯେଉଁଥିରେ ଲକ୍ଷ ଖୁବ କ୍ୟୁଟ ଦେଖାଯାଉଛନ୍ତି । ଆଉ ଏହି ଫୋଟୋକୁ ଭଲରେ ଦେଖିଲେ ଜାଣିପାରିବେ ଯେ ପୁଅ ସାମ୍ନାରେ ଏକ ହୁକ୍କା ବି ରଖାଯାଇଛି । ଯାହାକି ଫ୍ୟାନ୍ସ ମାନଙ୍କୁ ସେତେଟା ପସନ୍ଦ ଆସିନାହିଁ । ଏତେ ଛୋଟ ପିଲା ପାଖରେ ହୁକ୍କା ରଖାଯାଇଥିବା ଅନେକେ ଫ୍ୟାନ୍ସ ମାନଙ୍କୁ ପସନ୍ଦ ଆସିନାହିଁ । ସେମାନେ ସୋସିଆଲ ମିଡିଆରେ ଖୁବ କମେଣ୍ଟ କରିଥିବା ବି ଦେଖାଯାଇଛି । ଏହି ଫୋଟୋକୁ ସେୟାର କରି ଭାରତୀ ଲେଖିଛନ୍ତିକି, “ହ୍ୟାପି ସନ୍ଡେ , ଲକ୍ଷ ସିଂହ ଲିମ୍ବଚିଆ” । ଏହି ଫୋଟୋକୁ କିନ୍ତୁ କେତେ ଜଣ ସେଲିବ୍ରିଟିଙ୍କ ପକ୍ଷରୁ ଭଲ କମେଣ୍ଟ ମିଳିଥିଲା । ଆଉ ଏହା ସହ ଲକ୍ଷଙ୍କ କ୍ୟୁଟନେସକୁ ବି ଖୁବ ପ୍ରଶଂସା କରାଯାଇଛି ।

 

View this post on Instagram

 

A post shared by Bharti Singh (@bharti.laughterqueen)

ଭାରତୀଙ୍କ ପୁଅ ଲକ୍ଷର ଏହି ଫୋଟୋରେ ଜଣେ ଫ୍ୟାନ କମେନ୍ଟ କରି ଲେଖିଛନ୍ତି, ” ଏବେ ଠାରୁ ହିଁ ପୁଅକୁ ବିଗାଡି ଦେଉଛ” । ଯେବେକି ଅନ୍ୟ ଜଣେ ଲେଖିଛନ୍ତିକି, “ବାକି ସବୁ ତ ଠିକ ଅଛି, କିନ୍ତୁ ଏହି ହୁକ୍କାକୁ କେଉଁ ଖୁସିରେ ରଖାଯାଇଛି” । ଏହା ପୂର୍ବରୁ ଭାରତୀ ଲକ୍ଷଙ୍କ ଏକ ଫୋଟୋକୁ ହ୍ୟାରୀ ପୋର୍ଟର ଅନ୍ଦାଜରେ ସେୟାର କରିଥିଲେ । ଏଥିରେ ସେ ଖୁବ କ୍ୟୁଟ ଲାଗୁଥିବା ଜଣାଯାଇଛି । କହିରଖିବା ଉଚିତ ହେବକି ଭାରତୀ ଓ ହର୍ଷ ପୁଅକୁ ପ୍ରେମରେ “ଗୋଲା’ ବୋଲି ଡାକନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.