ଆସିଗଲା ‘ବିଗ୍‌ ବସ୍‌ ୧୬’ର ପ୍ରତିଯୋଗୀ ତାଲିକା; ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମେତ ଏହି ସବୁ ସେଲିବ୍ରିଟି ଆସିବେ ନଜର

ପପୁଲାର ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସଲମାନ ଖାନ ନିଜର ଜବରଦସ୍ତ ହୋଷ୍ଟିଂ ସହିତ ‘ବିଗ୍‌ ବସ୍‌’ ସିଜନ ୧୬ ନେଇ ଆସୁଛନ୍ତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଶୋ’ରେ ଅନେକ ବଡ଼ ବଡ଼ ଚେହେରାଙ୍କୁ ଦେଖିବାକୁ ମିଳିପାରିବ। ‘ବିଗ୍‌ ବସ୍‌’ ଶୋ’ରେ ଏ ପର୍ଯ୍ୟନ୍ତ ଅନେକ ବଡ଼ ସେଲିବ୍ରିଟି ନଜର ଆସି ସାରିଥିବା ବେଳେ ଏଥର ସିଜନରେ ମଧ୍ୟ କିଛି ଜଣାଶୁଣା ଚେହେରା ବିଗ୍‌ ବସ୍‌ ଘରେ ନଜର ଆସିବାକୁ ଯାଉଛନ୍ତି। ବିଗ୍‌ ବସ୍‌ ୧୬ର ପ୍ରତିଯୋଗୀ ତାଲିକାରୁ କିଛି ପ୍ରତିଯୋଗୀଙ୍କ ନାମ ଖୁଲାସା ହୋଇଗଲାଣି, ଯେଉଁମାନେ କି ଏଥର ଶୋ’ରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତୁ ଜାଣିବା ସେହି ଜଣାଶୁଣା ଚେହେରା କେଉଁମାନେ…

ଶିଭିନ୍‌ ନାରଙ୍ଗ:

ଶିଭିନ୍‌ ନାରଙ୍ଗ ଟିଭି ଦୁନିଆର ବଡ଼ ଚେହେରା। ‘ଖତରୋଁ କେ ଖିଲାଡି ୧୦’ ପୂର୍ବରୁ ସେ କଲର୍ସ ପାଇଁ କାମ କରି ସାରିଛନ୍ତି। ‘ବେହଦ୍‌ ୨’ରେ ତାଙ୍କୁ ରୁଦ୍ର ଚରିତ୍ରରେ ସବୁଠାରୁ ଅଧିକ ପସନ୍ଦ କରାଯାଇଥିଲା। ଖବର ରହିଛି କି, ଏହି ଅଭିନେତାଙ୍କୁ ବିଗ୍‌ ବସ୍‌ ୧୬ରେ ଜଣେ ପ୍ରତିଯୋଗୀ ରୂପରେ ଆପଣ ଦେଖି ପାରିବେ।

କନିକା ମାନ:

‘ବିଗ୍‌ ବସ୍‌ ୧୬’ କନିକା ମାନଙ୍କ ନାମକୁ ବି କନ୍‌ଫର୍ମ କରି ଦେଇଛି। ଅନେକ ସୂତ୍ରରୁ ଜଣାପଡ଼ିଛି ଯେ କନିକା ମାନ ୧୦୦ ପ୍ରତିଶତ ଶୋ’ର ଅଂଶ ହେବେ।

ଜନ୍ନତ ଜୁବୈର:

ସେହିପରି ସୂତ୍ର ମୁତାବକ, ସୋସିଆଲ ମିଡିଆ ଷ୍ଟାର ତଥା ଟିଭିର ଲୋକପ୍ରିୟ ଅଭିନେତ୍ରୀ ଜନ୍ନତ ଜୁବୈର ବି ‘ବିଗ୍‌ ବସ୍‌ ୧୬’ ପାଇଁ ହଁ ଭରିଛନ୍ତି। ଜନ୍ନତ ଶୋ’ ପାଇଁ ଛୋଟ ପ୍ୟାକେଟ୍‌ ବଡ଼ ଧମାକା ପ୍ରମାଣିତ ହେବେ।

ମଦିରାକ୍ଷୀ ମୁଣ୍ଡଲେ:

‘ସିୟା କେ ରାମ’ ଶୋ’ ପାଇଁ ଘରେ ଘରେ ପରିଚିତ ହୋଇଥିବା ଟିଭି ଅଭିନେତ୍ରୀ ମଦିରାକ୍ଷୀ ମୁଣ୍ଡଲେ ମଧ୍ୟ ‘ବିଗ୍‌ ବସ୍‌ ୧୬’କୁ ଯାଉଛନ୍ତି। ମଦିରାକ୍ଷୀ ସାଉଥ୍‌ ସିନେମାରେ କାମ କରି ସାରିଛନ୍ତି।

ପ୍ରକୃତି ମିଶ୍ର:

ବିଗ୍‌ ବସ୍‌ ୧୬ରେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବି ଦେଖାଯାଇ ପାରିବ। ସେ ଟିଭି ଶୋ’ ‘ବିଟି ବିଜନେସ୍‌ ଓ୍ଵାଲି’ରେ ନଜର ଆସିଥିଲେ। ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକୃତି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହ କେତେକ ଟିିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ପ୍ରକୃତି ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କ ବାପା ହେଉଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର। ମା’ ଜଣେ ଆଙ୍କର। ପ୍ରକୃତି ଭୁବନେଶ୍ୱରରେ ଅଧ୍ୟୟନ କରି ପରେ ମୁମ୍ବାଇ ଯାଇଛନ୍ତି।

ଶାଲିନ ଭନୋଟ୍‌:

ଶାଲିନ ଭନୋଟ୍‌ଙ୍କ ନାମ ‘ବିଗ୍‌ ବସ୍‌ ୧୬’ ପାଇଁ କନ୍‌ଫର୍ମ କରି ଦିଆଯାଇଛି। ଶାଲିନ ଟିଭି ଅଭିନେତ୍ରୀ ଦଲଜିତ୍‌ କୌରଙ୍କ ପୂର୍ବତନ ସ୍ୱାମୀ। ଅଭିନେତାଙ୍କୁ ‘ଖତରୋଁ କେ ଖିଲାଡି ୧୨’ରେ ଦେଖାଯାଇଥିଲା।

ଟିନା ଦତ୍ତା:

ଶେଷକୁ ଉତ୍ତରନ ଅଭିନେତ୍ରୀ ଟିନା ଦତ୍ତା ‘ବିଗ୍‌ ବସ୍‌ ୧୬’ରେ ପ୍ରତିଯୋଗୀ ରୂପେ ଦେଖାଯିବେ। ଟିନା ଅନେକ ଶୋ’ରେ କହିଥିଲେ କି, ସେ ବିଗ୍‌ ବସ୍‌ର ବହୁତ ବଡ଼ ଫ୍ୟାନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.