ଏହି ଅଭିନେତ୍ରୀଙ୍କୁ ଲେସବିଆନ ବନେଇଲା ବିଗବସ , ଜାଣନ୍ତୁ କାହିଁକି ?

’ବିଗବସ’ ସବୁବେଳେ ଏକ ବିବାଦମୂଳକ ସୋ ଭାବେ ରହି ଆସିଛି । କେତେକ କଳାକାର ମାନଙ୍କୁ ଏହି ସୋରେ ସାମିଲ ହେବାକୁ ବହୁତ କିଛି ଦେବାକୁ ପଡିଥାଏ । ଏହିଭଳି ଏକ ଅସୁବିଧାର ସାମନା କରିବାକୁ ପଡିଛି ନାଗିନ ଫେମ ଓ ବିଗବସ ୬ର ପ୍ରତିଯୋଗୀ ଆଶ୍କା ଗରୋଡିଆଙ୍କୁ ।

ଆଶ୍କା ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜବାତରେ ଏହି ବଡ କଥାର ଖୁଲାସା କରିଥିଲେ । ଆଶ୍କା କହିଥିଲେ ଏକ ରିୟଲିଟି ଶୋ ତାଙ୍କୁ ଲେସବିଆନ ଭଳି ଦେଖାଇ ଥିଲା । ମୋ ସେକ୍ସୁଆଲିଟିକୁ ଖରାପ ଢ଼ଙ୍ଗରେ ଉପସ୍ଥାପନା କରାଯାଇଥିଲା ।

୬ ବର୍ଷ ପରେ ଆଜି ମୁଁ ଏହି କଥାକୁ ପ୍ରକାଶ କରିବାକୁ ଯାଉଛି । ଏଡିଟିଙ୍ଗ ଜରିଆରେ ଜାଣିଶୁଣି ମୋତେ ଲେସବିଆନ ଭାବରେ ଦେଖାଇଲେ । ଏହା ମୋର ଏବଂ ମୋ ପରିବାରର ପାଇଁ ଅତ୍ୟନ୍ତ ଲଜ୍ଜାଜନକ ହୋଇପଡିଛି । ମୁଁ ମୋ ପ୍ରତିଯୋଗୀଙ୍କର ଆଲାର୍ଜୀ କାରଣରୁ କେବଳ ବାମ ଲଗଉଥିଲି ।
ashka goradia pic1ନେସନାଲ ଟିଭିରେ ତାକୁ କୌଣସି ଅସହଜତା ଅନୁଭବ ନ ହେଉ ସେଥିପାଇଁ କମ୍ବଳ ଭିତରେ ବାମ ଳଗେଇଦେଉଥିଲି । କିନ୍ତୁ ଏହି ସିନରେ ଆମ ଦୁଇଜଣଙ୍କୁ ବହୁତ ଖରାପ ଭାବରେ ପ୍ରଦର୍ଶନୀ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.