ବହୁତ ରୋମାଣ୍ଟିକ୍‌ ଷ୍ଟାଇଲରେ ନିଜ ପ୍ରେଗ୍‌ନାନ୍ସି ଘୋଷଣା କଲେ ବିପାଶା ବସୁ; ବେବି ବମ୍ପ୍‌କୁ କିସ୍‌ କରୁଥିବାର ନଜର ଆସିଲେ କରଣ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଫ୍ୟାନମାନଙ୍କୁ ଚମକାଇ ଦେଇଛନ୍ତି। ଶେଷରେ ସେମାନେ ଜଣାଇ ଦେଇଛନ୍ତି ଯେ ସେମାନେ ମାଆ, ବାପା ହେବାକୁ ଯାଉଛନ୍ତି। କପଲ୍‌ ବହୁତ ରୋମାଣ୍ଟିକ୍‌ ଷ୍ଟାଇଲରେ ନିଜର ପ୍ରେଗ୍‌ନାନ୍ସି ଘୋଷଣା କରିଛନ୍ତି।

ନିକଟରେ ଖବର ଆସିଥିଲା କି, ବିପାଶା ଓ କରଣ ବହୁତ ଜଲ୍‌ଦି ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ବିପାଶା ନିଜ ଇନ୍‌ଷ୍ଟାଗ୍ରାମ ଓ୍ଵାଲରେ ଦୁଇଟି ଫଟୋ ଏକାଠି ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଫଟୋରେ ସେ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ମ୍ୟାଚିଂ କରି ଧଳା ରଙ୍ଗର ଶାର୍ଟ ପିନ୍ଧିଥିବାର ଦେଖା ଯାଉଛନ୍ତି। ଏକ ଫଟୋରେ ବିପାଶା ଓଭର ସାଇଜ୍‌ ଶାର୍ଟର ବଟନ୍‌ ଖୋଲା ରଖିଥିବା ବେଳେ ଅନ୍ୟ ଏକ ଫଟୋରେ କରଣ ତାଙ୍କ ବେବି ବମ୍ପ୍‌କୁ ଖୁବ୍‌ ପ୍ରେମର ସହ ଚୁମ୍ବନ ଦେଉଥିବାର ଦେଖା ଯାଉଛନ୍ତି।

ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଏକ ନୂଆ ସମୟ, ଏକ ନୂଆ ପର୍ଯ୍ୟାୟ, ଏକ ନୂଆ ଆଲୋକ ଆମ ଜୀବନରେ ଆଉ ଏକ ନିଆରା ଛବି ଯୋଡ଼ୁଛି। ଆମକୁ ପୂର୍ବ ତୁଳନାରେ ଆହୁରି ଅଧିକ ପରିପୂର୍ଣ୍ଣ କରୁଛି। ଆମେ ଏହି ଜୀବନକୁ ବ୍ୟକ୍ତିଗତ ରୂପରେ ଆରମ୍ଭ କରିଥିଲୁ ଏବଂ ପରେ ଆମେ ପରସ୍ପରକୁ ମିଳିଥିଲୁ, ଆଉ ସେବେଠୁ ଆମେ ଦୁଇ ହିଁ ଥିଲୁ। କେବଳ ଦୁଇ ଜଣଙ୍କ ପାଇଁ ଏତେ ଅଧିକ ଭଲ ପାଇବା, ଆମକୁ ଟିକିଏ ଭୁଲ୍‌ ଲାଗିଥିଲା…। ଏତେ ଜଲ୍‌ଦି, ଆମେ ଦିନେ କେବେ ଦୁଇ ଥିଲୁ, ଏବେ ତିନି ହୋଇଯିବୁ। ଆମ ଭଲ ପାଇବାରୁ ସାମ୍ନାକୁ ଆସିଥିବା ଏକ ସଂରଚନା ‘ଆମ ସନ୍ତାନ’ ଖୁବ୍‌ ଜଲ୍‌ଦି ଆମ ସହିତ ଯୋଡ଼ି ହୋଇଯିବ ଏବଂ ଆମ ଖୁସିରେ ସାମିଲ ହେବ’।

 

View this post on Instagram

 

A post shared by bipashabasusinghgrover (@bipashabasu)

ବିପାଶା ଆହୁରି ଲେଖିଛନ୍ତି, ‘ଆପଣଙ୍କ ବିନା ସର୍ତ୍ତ ଭଲ ପାଇବା, ଆପଣଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଏହି ଭଲ ପାଇବା ସବୁବେଳେ ଆମର ଅଂଶ ରହିବ’। କହି ରଖୁଛୁ, ବିପାଶା ଓ କରଣଙ୍କ ଲଭ୍‌ ଷ୍ଟୋରୀ ଏକ ଫିଲ୍ମର ସେଟ୍‌ରୁ ଆରମ୍ଭ ହୋଇଥିଲା। କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟେ ୨୦୧୬ରେ ବିବାହ କରିଥିଲେ। ଏବେ ବିବାହର ୬ ବର୍ଷ ପରେ ଦୁହେଁ ମାଆ, ବାପା ହେବାକୁ ଯାଉଛନ୍ତି।

Leave A Reply

Your email address will not be published.