ଟ୍ବିଟରର ସ୍ବଚ୍ଛତା ଅଭିଯାନ: ରାତାରାତି କମିଲେ ବିଗ୍ ବିଙ୍କ ଫଲୋଅର୍ସ

ବିଗ୍ ବିଙ୍କୁ ଟ୍ବିଟର ଝଟକା । ରାତାରାତି କମିଲା ଶେହେନ୍ସାଙ୍କ ଫଲୋଅର୍ସଙ୍କ ସଂଖ୍ଯା । ଗୋଟିଏ ଦିନରେ ୪ଲକ୍ଷ ୨୪ ହଜାର କମିଛନ୍ତି ଅମିତାଭଙ୍କ ଫଲୋଅର୍ସ । ତେବେ ଏହି ସଦମା କେବଳ ବିଗ୍ ବିଙ୍କୁ ନୁହେଁ ବଲିଉଡର ଅନ୍ଯ ଲୋକପ୍ରିୟ ଷ୍ଟାର୍ ମାନଙ୍କୁ ଦେଇଛି ଟ୍ବିଟର୍ ।

ଶାହାରୁଖ୍ ଖାନ୍ , ଆମୀର ଖାନ୍, ସଲମାନ୍ , ଦୀପିକା ପାଦୁକୋଣ, ପ୍ରିୟଙ୍କା ଚୋପ୍ରା ଏବଂ ଅକ୍ଷୟ କୁମାରଙ୍କ ନାଁ ସାମିଲ୍ ଅଛି । ଶାହାରୁଖଙ୍କ ୩,୬୨,୧୪୧ ଫଲୋୟର୍ସ କମିଥିବା ବେଳେ ସଲମାନଙ୍କ କମିଛନ୍ତି ୩,୪୦,୮୮୪ ଫଲୋଅର୍ସ । ସେହିପରି ଆମୀର ଖାନଙ୍କ ୩,୧୬,୯୦୦, ପ୍ରିୟଙ୍କାଙ୍କ ୩,୫୪,୮୩୦  ଏବଂ ଦୀପିକାଙ୍କ ୨,୮୮,୨୯୮ ଫଲୋଅର୍ସ କମିଛନ୍ତି ।

ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଫେକ୍ , ଳକ୍ ଏବଂ ରୋବୋ ଆକାଉଂଟ୍ସକୁ ହଟାଇବାର ଅଭିଯାନ ଆରମ୍ଭ କରିଛି । ବୁଧବାର ଏନେଇ କମ୍ପାନୀ ତରଫରୁ ଘୋଷଣା କରାଯାଇଥିଲା । ଟ୍ବିଟର ଅଧିକାରୀ ବିଜୟା ଗଡ୍ଡେ ଏକ ପୋଷ୍ଟ କରି ଲେଖିଛନ୍ତି ’ଟ୍ବିଟରରୁ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ଯା କମ୍ ହୋଇପାରେ । ଆମେ ବୁଝି ପାରୁଛୁ କିଛି ଲୋକଙ୍କ ପାଇଁ ଏହା ସମସ୍ଯା ହୋଇପାରେ । କିନ୍ତୁ ଆମେ ସତ୍ଯତା ଏବଂ ପାରଦର୍ଶିତା ଉପରେ ବିଶ୍ବାସ ରଖୁଛୁ ଯାହା ଫଳରେ ସାର୍ବଜନିକ ସମ୍ବାଦ ପାଇଁ ବିଶ୍ବସନୀୟ ମାଧ୍ୟମ ହୋଇପାରିବ ।

ତେବେ କେବଳ ବଲିଉଡ୍ ନୁହେଁ  ରାଜନୀତି, ଖେଳ ଜଗତର ପ୍ରତିଷ୍ଠିତ ବ୍ଯକ୍ତିମାନଙ୍କର ମଧ୍ୟ ଫଲୋଅର୍ସଙ୍କ ସଂଖ୍ଯା କମିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରାୟ ୩ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି । ସେହିପରି ଅନ୍ତରାଷ୍ଟ୍ରୀୟ ପପ୍ ସିଙ୍ଗର୍ କେଟି ପେରୀଙ୍କର ୨୮ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.