କ୍ୟାନସରକୁ ମାତ୍‌ ଦେଲେ ସଞ୍ଜୟ ଦତ୍ତ, ଖୁବ ଶୀଘ୍ର ଆରମ୍ଭ କରିବେ KGF-2 ସୁଟିଂ

ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖୁସି ଖବର। କ୍ୟାନସରକୁ ମାତ୍ ଦେଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ଫୁସ୍ଫୁସ୍ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ସଞ୍ଜୟ।

ସଞ୍ଜୟଙ୍କ ଅନ୍ତରଙ୍ଗ ବନ୍ଧୁ ରାଜ ବନସଲ ଏହା ବିଷୟରେ ସୂଚନା ଦେଇଛନ୍ତି। କ୍ୟାନସରକୁ ମାତ୍‌ ଦେଇ ସଞ୍ଜୟ ପୁଣି ସୁଟିଂ ସେଟ୍‌କୁ ଫେରିବାକୁ ଯାଉଛନ୍ତି। ସଞ୍ଜୟଙ୍କ ଦେହ ଅସୁସ୍ଥ ଥିବାରୁ ସବୁଠାରୁ ବଡ ଫିଲ୍ମ KGF 2 ସୁଟିଂ ବନ୍ଦ ହୋଇ ପଡିଥିଲା। ଏବେ କିନ୍ତୁ ପୁଣି ଫିଲ୍ମ ସୁଟିଂ ହେବ ବୋଲି ଶୁଣିବାକୁ ମିଳୁଛି।

ସଞ୍ଜୟ ଦତ୍ତ ନିକଟରେ ଏକ ଭିଡିଓ ସେୟାର କରି ଫ୍ୟାନଙ୍କୁ କହିଥିଲେ, ମୁଁ କ୍ୟାନସରକୁ ମାତ୍‌ ଦେବି ଏବଂ ସଞ୍ଜୁବାବା ପୁଣି ଫେରିବ। ସଞ୍ଜୟ ଭିଡିଓରେ ଯାହା କହିଥିଲେ, ତାହା କରିଦେଖାଇଲେ। ସଞ୍ଜୟ ଦତ୍ତ ସଡକ ୨ର ପ୍ରମୋସନ ସମୟରେ ଅସୁସ୍ଥ ହୋଇପଡିଥିଲେ। ମାସ ପୂର୍ବରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୧ ଅଗଷ୍ଟରେ ସେ କହିଥିଲେ କି ନିଜର ମେଡିକଲ ଟ୍ରିଟମେଣ୍ଟ ପାଇଁ ସେ କିଛି ସମୟ ବ୍ରେକ୍ ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.