ଟ୍ଵିଟରରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ଶାହାରୁଖ ଖାନ୍‌, ପଠାନ୍‌କୁ ଫ୍ଲପ୍‌ କରିବାକୁ ଧମକ ଦେଉଛନ୍ତି ଲୋକେ; ଜାଣନ୍ତୁ କାହିଁକି

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ ଖାନ୍‌ଙ୍କୁ ଗୁରୁବାର ସକାଳୁ ଟ୍ଵିଟରରେ ବିରୋଧ କରାଯାଉଥିବା ଦେଖାଯାଇଛି। ଶାହାରୁଖ ଖାନ୍‌ଙ୍କୁ ବିରୋଧ କରି ଲୋକେ#BoycottShahRukhKhan ହାସ୍‌ଟ୍ୟାଗ୍‌ ବ୍ୟବହାର କରୁଛନ୍ତି। ଏଥିସହ ତାଙ୍କୁ ଭାରତର ଶତ୍ରୁ ବୋଲି ମଧ୍ୟ କହୁଛନ୍ତି। ଲୋକମାନେ ଶାହାରୁଖଙ୍କର କେତେକ ପୁରୁଣା ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ତେବେ ଶାହାରୁଖ ଖାନ୍‌ଙ୍କୁ ଲୋକେ କାହିଁକି ବିରୋଧ କରୁଛନ୍ତି, ସେ ନେଇ ଏବେ ଯାଏଁ ଜଣାପଡ଼ିନାହିଁ।

ଇମ୍ରାନ୍‌ ଖାନ୍‌ଙ୍କ ସହ ଭାଇରାଲ ହେଉଛି ଫଟୋ:

ଟ୍ଵିଟରରେ ଶାହାରୁଖ ଖାନ୍‌ଙ୍କ ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଥିବା ଫଟୋ ଭାଇରାଲ ହେଉଛି। ଏହି ଫଟୋ କିଛି ବର୍ଷ ତଳର ଯେବେ ଭାରତ ସହ ପାକିସ୍ତାନର ସମ୍ପର୍କ ଭଲ ଥିଲା। ଏହି ଫଟୋରେ ଶାହାରୁଖ ଇମ୍ରାନ୍‌ଙ୍କ ସହ କଥା ହେଉଥିବା ଦେଖାଯାଇଛି। ଲୋକମାନେ ଏହି ଫଟୋକୁ ସେୟାର କରି କହୁଛନ୍ତି ଯେ ଶାହାରୁଖ ଭାରତରେ ରହୁଥିଲେ ମଧ୍ୟ ପାକିସ୍ତାନକୁ ପ୍ରଶଂସା କରୁଛନ୍ତି।

ଏହା ବ୍ୟତୀତ ଟ୍ଵିଟରରେ ଶାହାରୁଖଙ୍କର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ କିଙ୍ଗ୍‌ ଖାନ୍‌ ପାକିସ୍ତାନୀ କ୍ରିକେଟରଙ୍କ ପ୍ରଶଂସା କରୁଥିବା ଦେଖାଯାଇଛି। ଲୋକମାନେ ଲଗାତାର ଏହି ଭିଡିଓକୁ ସେୟାର କରି ଶାହାରୁଖଙ୍କ ଉପରେ ବିରକ୍ତ ହେଉଥିବା ଦେଖାଯାଇଛି। ଲୋକମାନେ ଶାହାରୁଖଙ୍କ ଉପରେ ଏତେ ମାତ୍ରାରେ ରାଗିଯାଇଛନ୍ତି ଯେ ତାଙ୍କ ଆଗାମୀ ଫିଲ୍ମ ପଠାନ୍‌କୁ ଫ୍ଲପ୍‌ କରିବାକୁ ମଧ୍ୟ ଧମକ ଦେଉଛନ୍ତି। ଏଥିସହ ଶାହାରୁଖଙ୍କୁ ବୟକଟ୍‌ କରିବାକୁ ବି ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.