ଜଳନ୍ଧର କୋର୍ଟରେ ହାଜର ହେବେ ସଲମାନ ଖାନ ଏବଂ ଶିଳ୍ପା ସେଟ୍ଟୀ !

ମୁମ୍ବାଇ:ସଲମାନ ଖାନଙ୍କର ଆଇନଗତ ବିବାଦରୁ ସଂପର୍କ ଶେଷ ହେବାର ନାଁ ହିଁ ଧରୁନି । ଜୋଧପୁର କୋର୍ଟ  ’ଟାଇଗର’ଙ୍କୁ ବର୍ତ୍ତମାନ ଜଳନ୍ଧର କୋର୍ଟରେ ହାଜର କରାଇଛି । ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଫସିଛନ୍ତି ।

ଏକ ତାଜା କେସରେ ଜଳନ୍ଧର କୋର୍ଟର ଅଦାଲତ ସଲମାନ ଖାନଙ୍କୁ ସମ୍ମନ ଜାରି କରି ୧୨ ଜୁଲାଇରେ ହାଜର ହେବାକୁ କହିଛନ୍ତି । ଲୀଖିତ ଅଭିଯୋଗ କରିଥିବା ବ୍ୟକ୍ତି ବିଚାରଧିନ ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପ୍ରତିବାଦୀ ବନାଇଛି । ସଲମାନ ଖାନଙ୍କୁ ସମ୍ମନ ଜାରୀ ହୋଇସାରିଛି,କିନ୍ତୁ ଏବେ ପର୍ୟ୍ୟନ୍ତ ଶିଳ୍ପା ଶେଟ୍ଟୀଙ୍କ ମାମଲାର ରିପୋର୍ଟ ଡେରି ଅଛି ।

Hindustan Times

ଏକ ଇଭେଣ୍ଟ କଂପାନୀର ସଞ୍ଚାଳକ ରହିଥିବା ଆରକେ ନାହରା, ଏହି ଅଭିଯୋଗ ହିନ୍ଦୀ ଫିଲ୍ମ ’ଟାଇଗର’ର ଏକ ଡାଇଲଗକୁ ଆପତ୍ତି ଜନକ  ବୋଲି କହି ଏହି ଅଭିଯୋଗ ଦାୟର କରିଛନ୍ତି । ନାହରା ଏହା ଛଡା ସଲମାନ ଓ ଶିଳ୍ପାଙ୍କ ଉପରେ ଏସସୀ,ଏସଟୀ ଆକ୍ଟ ହିସାବରେ କ୍ରିମିନାଲ ଅଭିଯୋଗ କ୍ଷେତ୍ରୀୟ କୋର୍ଟରେ ଦାୟର କରିଛନ୍ତି ।

ଅଭିଯୋଗ ମୁତାବକ, ଦୁଇଜଣ ପ୍ରେସରେ ଫିଲ୍ମ ସମ୍ଭଦ୍ଧୀୟ ବାର୍ତ୍ତାରେ ଧାର୍ମିକ ଗୁରୁଙ୍କ ବିରୁଦ୍ଧରେ କୁଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମୁମ୍ବାଇ ପୋଲିସ ସଲମାନ ଖାନ ଓ ଶିଳ୍ପାଙ୍କୁ ଜାଞ୍ଚ ରେ ସାମିଲ କରିଥିଲେ ।ମାମଲାରେ ମୁମ୍ବାଇ ପୋଲିସ ଦୁଇଜଣଙ୍କୁ କ୍ଲିନ ଚିଟ୍ ଦେଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.