ପିଲା ଜନ୍ମ କରିବା ପାଇଁ ଅନୁଷ୍କା ରଖିଲେ ଏମିତି ସର୍ତ୍ତ, ଜାଣନ୍ତୁ କଣ ଥିଲା ବିରାଟଙ୍କ ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ତାଙ୍କର ଆଗାମୀ ପିଲ୍ମ ସୁଇଧାଗାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏବେ ଫିଲ୍ମର ପ୍ରମୋସନରେ ସେ ବ୍ଯସ୍ତ ରହଥିବା ବେଳେ ଏହା ପରେ ସେ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ ବୁଲିଯିବା ପ୍ରସ୍ତୁତିରେ ଅଛନ୍ତି। ତେବେ ଏହି ମୋଷ୍ଟ ରୋମାଣ୍ଟିକ ଦମ୍ପତିଙ୍କ ଖୁସି ଖବର ଅର୍ଥାତ୍ ସନ୍ତାନ ପାଇଁ ସାରା ଦେଶ ଅପେକ୍ଷାରେ ରହିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଅନୁଷ୍ମା କହୁଛନ୍ତି କି ସେ ତାଙ୍କ ପିଲାଙ୍କ ପାଳନ ସାଧାରଣ ପିତାମାତାଙ୍କ ଭଳି କରିବାକୁ ଚାହୁଁଛନ୍ତି। ସେ ଚାହୁଁ ନାହାନ୍ତି କି, ତାଙ୍କ କାମର ପ୍ରଭାବ ତାଙ୍କ ପିଲାଙ୍କ ଉପରେ ପଡ଼ୁ। ତେବେ ବିରାଟ ଏବଂ ଅନୁଷ୍କା ଏହି ବିଷୟରେ ମିଳିତ ଭାବେ ନିର୍ଣ୍ଣୟ ନେଇଛନ୍ତି। କାରଣ ଏହା ପୂର୍ବରୁ ମଧ୍ୟ ବିରାଟ ପିଲା ଜନ୍ମ ବିଷୟରେ ଏପରି କିଛି ବୟାନ ରଖିଥିଲେ।

virushka

ବିରାଟ କହିଥିଲେ, ବିଗତ କିଛି ବର୍ଷ ମଧ୍ୟରେ ମୁଁ ଅନୁଷ୍କାଙ୍କ ଠାରୁ ବହୁତ କିଛି ଶିଖିଛି। ସେ ମୋ ମଧ୍ୟରେ ବହୁତ ସକାରତ୍ମକ ପରିବର୍ତ୍ତନ ଆଣିଛନ୍ତି। ଆମେ ଦୁହେଁ ଚାହୁଁଛୁକି ଆମ ସନ୍ତାନ ଉପରେ କେବେ ମଧ୍ୟ ଲାଇମ ଲାଇଟର ପ୍ରଭାବ ନପଡ଼ୁ। ଏପରିକି ଆମେ ଆମର ସମସ୍ତ ଆୱାଡ଼ ଏବଂ ପଦକଙ୍କୁ ମଧ୍ୟ ସନ୍ତାନ ହେବା ମାତ୍ରେ ଘରେ ରଖିବୁ ନାହିଁ। ମୁଁ ଚାହୁଁଛି କି ଆମ ସନ୍ତାନକୁ ଘରେ ସେଲିବ୍ରେଟିର ଘର ଭଳି ଅନୁଭବ ନହେଉ। ଏହା ମୁଁ ଏବଂ ଅନୁଷ୍କା ମିଶି ନିଷ୍ପତି ନେଇଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.