ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିପାରିଲେନି ଏହି ସେଲିବ୍ରିଟି, ନାଁ ଜାଣିବା ପରେ ଆପଣଙ୍କୁ ବି ଲାଗିବ ଝଟ୍‌କା

ମୁମ୍ବାଇ: ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି। ବୁଧବାର ତାଙ୍କ ନିଧନ ହେବା ପରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜୁ ଶ୍ରୀବାସ୍ତବ ତାଙ୍କ ଜୀବନକାଳ ଭିତରେ ଅନେକ କମେଡି ଷ୍ଟାଇଲରେ ଲୋକଙ୍କୁ ହସାଇ ହସାଇ ବେଦମ୍‌ କରିଛନ୍ତି। ସେ ଅନେକ ଫିଲ୍ମ ଓ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି। ମୁମ୍ବାଇରେ ରାଜୁଙ୍କର ବେଶ୍‌ ନେମ୍‌ ଫେମ୍‌ ଥିଲା। ତାଙ୍କ ନିଧନ ଖବର ସମସ୍ତଙ୍କ ପାଇଁ ଝଟ୍‌କା ସଦୃଶ ଥିଲା। ସମସ୍ତ ସେଲିବ୍ରିଟି ରାଜୁଙ୍କ ନିଧନରେ ଶୋକ ବ୍ୟକ୍ତ କରିଥିଲେ। କିନ୍ତୁ ତାଙ୍କ ନିଧନ ପରେ ଅନ୍ତିମ ଦର୍ଶନ ପାଇଁ ଅନେକ କଳାକାର ପହଞ୍ଚିନଥିଲେ।

କପିଲ ଶର୍ମା:

କମେଡି ଷ୍ଟାର କପିଲ ଶର୍ମା ଓ ରାଜୁ ଶ୍ରୀବାସ୍ତବଙ୍କ ମଧ୍ୟରେ ନିବିଡ଼ତା ଥିଲା। ଉଭୟେ ଭଲ ବନ୍ଧୁ ଥିଲେ। କିନ୍ତୁ କପିଲ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚି ପାରିନଥିଲେ।

ଜନି ଲିଭର:

ଫିଲ୍ମ ଷ୍ଟାର ଜନି ଲିଭର ଓ ରାଜୁ ଶ୍ରୀବାସ୍ତବଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ତାଙ୍କ ମୃତ୍ୟୁରେ ଜନି ଶୋକବ୍ୟକ୍ତ କରିଥିଲେ। କିନ୍ତୁ ସେ ତାଙ୍କୁ ଶେଷ ଦର୍ଶନ କରିପାରିନାହାନ୍ତି।

ଶେଖର ସୁମନ:

ଫିଲ୍ମ ଷ୍ଟାର ଶେଖର ସୁମନ ଲଗାତାର ରାଜୁ ଶ୍ରୀବାସ୍ତବଙ୍କ ସୁସ୍ଥତା କାମନା କରୁଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ। କିନ୍ତୁ ସେ ତାଙ୍କ ଶେଷ ଦର୍ଶନ କରିପାରି ନାହାନ୍ତି।

ଅର୍ଚ୍ଚନା ପୂରନ ସିଂହ:

ଟିଭି ସିରିୟଲ ଓ ଫିଲ୍ମ ଷ୍ଟାର ଅର୍ଚ୍ଚନା ପୂରନ ସିଂହ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ଉଭୟେ ଅନେକ ଶୋ’ରେ ଏକାଠି କାମ କରିଛନ୍ତି। ଅର୍ଚ୍ଚନା ମଧ୍ୟ ରାଜୁଙ୍କ ଶେଷ ଯାତ୍ରାରେ ସାମିଲ ହୋଇପାରିନାହାନ୍ତି।

ସୋନୁ ସୁଦ୍‌:

ଫିଲ୍ମ ଷ୍ଟାର ସୋନୁ ସୁଦ୍‌ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କ ସୁସ୍ଥତା କାମନା କରୁଥିଲେ। ଫିଲ୍ମ ଷ୍ଟାର ତାଙ୍କ ପାଇଁ ପ୍ରାର୍ଥନା କରି ଟ୍ଵିଟ୍‌ ବି କରିଥିଲେ। କିନ୍ତୁ ସେ ତାଙ୍କ ଶେଷ ଦର୍ଶନ କରିପାରିନାହାନ୍ତି।

Also Read: ଝାଡ଼ୁରେ ଗୋଡ଼ ବାଜିଗଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌ ଅସନ୍ତୁଷ୍ଟ ହେବେ ମହାଲକ୍ଷ୍ମ

Leave A Reply

Your email address will not be published.