‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ ଦୀପିକା ପାଦୁକୋନ

ସୁପରଷ୍ଟାର ଶାହରୁଖ ଖାନ ‘ପଠାନ’ ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି ।

ଖବର ଅନୁଯାୟୀ, ଦୀପିକା ‘ପଠାନ’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ରବିବାର ସକାଳେ ଫିଲ୍ମ ସେଟରୁ ତାଙ୍କ ଏକ ଚିତ୍ର ସାମ୍ନାକୁ ଆସିବା ପରେ ଦୀପିକା ‘ପଠାନ’ ସେଟରେ ଯୋଗ ଦେବା ଖବର ଭାଇରାଲ ହେବାରେ ଲାଗିଛି । ପିକୁ ଷ୍ଟାର ଦୀପିକା ସେଡ୍ୟୁଲ ଶେଷ ଯାଏଁ ଶାହାରୁଖଙ୍କ ସହ ସୁଟିଂ କରିବେ ଯାହାକି ୧୫-୨୦ ଦିନ ଯାଏଁ ଚାଲିବ ବୋଲି କୁହାଯାଉଛି । ୟସ୍ ରାଜ ଫିଲ୍ମ ତଥା ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମ ପ୍ରୋଜେକ୍ଟ ଉପରେ କୌଣସି ସୂଚନା ଦେଇ ନଥିବା ବେଳେ ଲାଟେଷ୍ଟ ଗୁଜବରୁ ଜଣାପଡିଛି ଯେ ଦୀପିକା ଏଥିରେ ଏକ ମାଇଣ୍ଡ ବ୍ଲୋଇଙ୍ଗ କ୍ୟାରେକ୍ଟରରେ ନଜର ଆସିବେ ।

pathan film

ଫେବୃଆରୀରରେ ଭାରତୀୟ ଫିଲ୍ମ ସମାଲୋଚକ ତଥା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ନିଶ୍ଚିତ କରିଛନ୍ତି ଯେ SRKଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ ୨୦୨୧ରେ ରିଲିଜ ହେବା ପରିବର୍ତ୍ତେ ୨୦୨୨ ରେ ରିଲିଜ କରାଯିବା ପାଇଁ ଯୋଜନା କରାଯାଇଛି । ନିକଟରେ ୟଶ ରାଜ ଫିଲ୍ମସ୍ ତାର ୨୦୨୧ ସ୍ଲେଟ ଘୋଷଣା କରିଛି । ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ‘ପଠାନ’ ଫିଲ୍ମରେ ଶାହାରୁଖ ବଡ ପରଦାକୁ ଫେରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.