ଦୀପିକା ପାଦୁକୋନଙ୍କ ଆଖି ମାରିବା ଷ୍ଟାଇଲ ଦେଖି ପ୍ରିୟା ପ୍ରକାଶଙ୍କୁ ମଧ୍ୟ ଭୁଲିଯିବେ ଆପଣ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଫିଲ୍ମ ଛପାକର ପ୍ରମୋସନରେ ଲାଗି ପଡିଛନ୍ତି । ତେବେ ନିକଟରେ ସେ ଏକ ଭିଡିଓକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଭିଡିଓକୁ ଦୀପିକା ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏଥିରେ ସେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବ୍ୟାରିୟରଙ୍କ ଷ୍ଟାଇଲରେ ଆଖି ମାରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

Episode 3 of #dpisms !!!😉 @priya.p.varrier #chhapaak #10thjanuary

A post shared by Deepika Padukone (@deepikapadukone) on


ସୂଚନା ଅନୁଯାୟୀ ଏହି ଭିଡ଼ିଓଟି ଛପାକ ଫିଲ୍ମ ଶୁଟିଂ ସମୟର ଅଟେ ଯେଉଁଥିରେ ସେ ମେଘନା ଗୁଲଜାରଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି ଓ ହଠାତ ସାମ୍ନାକୁ ଦେଖି ଆଖି ମାରୁଛନ୍ତି । ଭିଡିଓରେ ଦୀପିକାଙ୍କର ଏଭଳି ଅନ୍ଦାଜ ତାଙ୍କର ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି । ଦୀପିକା ଏହି ଭିଡିଓକୁ ସେୟାର କରିବା ସହିତ ଏଥିର ପ୍ରିୟା ପ୍ରକାଶଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି । ପ୍ରିୟା ପ୍ରକାଶ ଯିଏକି ଆଖି ମାରି ସମସ୍ତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ ନିଜେ ଋଷି କପୁର ମଧ୍ୟ ତାଙ୍କର ତାରିଫ କରିଥିଲେ ।

 

View this post on Instagram

 

Thank you for all the love and support💙

A post shared by Priya Prakash Varrier💫 (@priya.p.varrier) on


ଦୀପିକାଙ୍କ ‘ଛପାକ’ ଜାନୁଆରୀ 10 ତାରିଖକୁ ରିଲିଜ ହେବାକୁ ଯାଉଛି ଯେଉଁଥିରେ ସେ ଏସିଡ ଆଟାକ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଚରିତ୍ରରେ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ତାଙ୍କ ସହିତ ବିକ୍ରନ୍ତ ମ୍ୟାସିଙ୍କୁ ମଧ୍ୟ ଦେଖିବାକୁ ମିଳିବ ଯିଏକି ଏକ ପତ୍ରକାର ଭୂମିକାରେ ଦେଖିବାକୁ ମିଳିବେ । ଦୀପିକାଙ୍କ କହିବା ଅନୁଯାୟୀ ଛାପାକ ତାଙ୍କ ଜୀବନର ସବୁଠାରୁ ସ୍ପେସିଆଲ ଫିଲ୍ମ ଅଟେ । ଏହାପରେ ସେ ରଣବୀର ସିଂଙ୍କ ସହିତ ’83’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ ।

Leave A Reply

Your email address will not be published.