୨ ବର୍ଷ ପୂର୍ବେ ପ୍ରଥମ ହଲିଓଡ ଫିଲ୍ମ “ଟ୍ରିପଲଏକ୍ସ: ରିର୍ଟନ ଅଫ୍ ଡେନ୍ଜର କେଜ୍” ଫ୍ଲପ୍ ହେବାପରେ ଦୀପିକାଙ୍ ଦ୍ଵିତୀୟ ସୁଯୋଗ ପାଇଁ ଚାତକ ଭଳି ମୁମ୍ବାଇରୁ ଲସ ଏଞ୍ଜେଲେସ ପର୍ଯ୍ୟନ୍ତ ପଇଁତରା ମାରୁଛନ୍ତି। କିନ୍ତୁ କୌଣସି ଫଳ ମିଳିନାହିଁ। ପିଲ୍ମ ନିର୍ଦେଶକ ଡି.ଜେ କାରୁଜୋ ନିଜ ଫିଲ୍ମର ସିକ୍ୱେଲରେ ଦୀପିକାଙ୍କ ସୁପରହିଟ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ଲୁଙ୍ଗି ଡ୍ୟାନ୍ସ ରଖିବାକୁ ଚାହୁଁଛନ୍ତି।
ଫିଲ୍ମର ଡିରେକ୍ଟରଙ୍କ କହିବା ମୁତାବକ ସେ ନିଜର ଅପକମିଙ୍ଗ ମୁଭି କ୍ସକ୍ସ୪କୁ ବଲିଉଡ ଡ଼ିଭା ଦୀପିକା ପାଦୁକାନଙ୍କ ଡାନ୍ସ ନମ୍ବରରେ ଶେଷ କରିବାକୁ ଚାଁହୁଛନ୍ତି। ସେ ଏହା ମଧ୍ୟ କହିଛନ୍ତିଯେ ଦୀପିକା ତାଙ୍କ ମୁଭି ସିକ୍ୱେଲର ଏକ ପ୍ରମୁଖ ଦାବିଦାର ଏବଂ ସେ ଲୁଙ୍ଗି ଡ୍ୟାନ୍ସ ଭଳି ଏକ ଡ୍ୟାନ୍ସ ନମ୍ବରରେ ଦେଖାଯିବାର ଯୋଜନା ଅଛି।
କିନ୍ତୁ ଗୁରୁତ୍ୱପୂର୍ଣ କଥା ଏହାଯେ ଯେହେତୁ ଦୀପିକା ଆସନ୍ତା ନଭେମ୍ବରରେ ରଣବୀର କପୂରଙ୍କୁ ବିବାହ କରିବାକୁ ଯାଉଛନ୍ତି, ତେଣୁ ଦେଖିବାକୁ ବାକି ରହିଲା ଯେ ସେ ଡି.ଜେ କାରୁଜୋଙ୍କ ଆସନ୍ତା ଫିଲ୍ମରେ ନଜର ଆସୁଛନ୍ତି କି ନାହିଁ।