ରୋମାନ୍ସକୁ ନେଇ ବଦନାମ ହୋଇଛନ୍ତି ବଲିଉଡର ଏହି ଖ୍ୟାତନାମା ଅଭିନେତା, ଜାଣନ୍ତୁ ଏମାନଙ୍କ ସମ୍ପର୍କରେ

ବଲିଉଡର କେତେକ ଅଭିନେତା ଯିଏ କି ସର୍ବଦା ନିଜର ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚିତ ରହିଛନ୍ତି । ପ୍ରେମ ସମ୍ପର୍କକୁ ନେଇ ହେଉ ବା ଫିଲ୍ମରେ ରୋମାନ୍ସ ସିନକୁ ନେଇ ହେଉ । ସେମାନଙ୍କର ଏହି ନଖରା ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଏହି କଳାକାରଙ୍କ ସମ୍ପର୍କରେ ।

ଧର୍ମେନ୍ଦ୍ର –

ଯେବେ ବି ରେମାଣ୍ଟିକ ବଲିଉଡର ଅଭିନେତାଙ୍କ ନାମ ଉଠେ, ସର୍ବପ୍ରଥମେ ଆସିଥାଏ ଧର୍ମେନ୍ଦ୍ରଙ୍କ ନାମ । ଧର୍ମେନ୍ଦ୍ରଙ୍କ ସହ କାମ କରୁଥିବା ଅଭିନେତ୍ରୀ ବି ଏହି ଅଭିଯୋଗ ଆଣନ୍ତି । ତାଙ୍କର ରୋମାଣ୍ଟିକ ମାନସିକତା ସମସ୍ତଙ୍କ ଠାରୁ ନିଆରା ହୋଇଥାଏ ।

ଦେବ ଆନନ୍ଦ –

ଦେବାନନ୍ଦଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଅନେକ ଅଭିନେତ୍ରୀଙ୍କ ସହ ତାଙ୍କର ପ୍ରେମ କାହାଣୀ ଅନେକ ନଜିର ରହିଛି ।

କବୀର ବେଦୀ –

ଏହି ରୋମାଣ୍ଟିକ କଳାକାରଙ୍କ ମଧ୍ୟରେ କବୀର ବେଦୀଙ୍କ ନାମ ମଧ୍ୟ ସାମିଲ । ପରବିନ ବେବୀଙ୍କ ସହ ରିଲେସନରୁ ଆରମ୍ଭ କରି ୪ ଟି ବିବାହ ପର୍ଯ୍ୟନ୍ତ ତାଙ୍କର ରୋମାଣ୍ଟିକ ଭାବ ବହୁତ ଚର୍ଚ୍ଚାରେ ରହି ଆସିଛି ।

akshya
photo : jansatta.com

ଅକ୍ଷୟ କୁମାର –

ଅକ୍ଷୟ କୁମାରଙ୍କ ନାମ ମଧ୍ୟ ଏହି ତାଲିକାରେ ସର୍ବଗ୍ରେ ରହିଛି । ତାଙ୍କର ନାମ ପୂଜା ବାତ୍ରା, ରବୀନା ଟଣ୍ଡନ, ଶିଳ୍ପା ସେଟ୍ଟୀ ଓ ପ୍ରିୟଙ୍କା ଚୋପଡାଙ୍କ ସହ ଯୋଡି ହୋଇ ସାରିଛି । ବଲିଉଡରେ ତାଙ୍କ ଆଫେୟାରସ୍‌କୁ ନେଇ ଚର୍ଚ୍ଚା ସର୍ବାଗ୍ରେ ରହିଥିଲା ।

ସଲମାନ ଖାନ୍‌ –

ଏବେଯାଏ ସଲମାନ ଯଦିଓ ଅବିବାହିତ ରହିଛନ୍ତି ହେଲେ ତାଙ୍କର ରୋମାଣ୍ଟିକ ଚରିତ୍ର ସବୁବେଳେ ଚର୍ଚ୍ଚାରେ ରହିଥାଏ । ସଲମାନଙ୍କୁ ବହୁବାର ପ୍ରେମ ହେଲାଣି ଓ ବହୁବାର ସେ ରିଲେସନସିପରେ ମଧ୍ୟ ରହିଥିବା ଦେଖାଯାଇଛି । ପ୍ରେମକୁ ନେଇ ବଲିଉଡରେ ତାଙ୍କର ନାମ ସର୍ବଦା ଚର୍ଚ୍ଚାରେ ।

Leave A Reply

Your email address will not be published.