ବାପା ହେଲେ ‘କୁଣ୍ଡଳୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର, ଘରକୁ ଆସିଲା ପୁତ୍ର ସନ୍ତାନ

ଟିଭି ସିରିୟଲ ‘କୁଣ୍ଡଳୀ ଭାଗ୍ୟ’ରେ କରନ୍‌ ଲୁଥରା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ଧୀରଜ ଧୁପର ବାପା ହୋଇଛନ୍ତି। ଧୀରଜଙ୍କ ଘରକୁ ଆସିଛି କୁନି ଅତିଥି। ଧୀରଜ ଧୁପର ଓ ତାଙ୍କ ପତ୍ନୀ ବିନ୍ନି ଆରୋରାଙ୍କ ଘରେ ଜନ୍ମ ନେଇଛି କୁନି ପୁଅ। ଫ୍ୟାନ୍‌ଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ଧୀରଜ। ସେ ସୋସିଆଲ ମିଡିଆ ଜରିଆରେ କହିଛନ୍ତି ଯେ ଯେଉଁଦିନକୁ ସେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, ଆଜି ତାହା ପୂରଣ ହୋଇଛି। ସେ ବାପା ହୋଇଯାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

ଧୀରଜ ଧୁପର ପତ୍ନୀ ବିନ୍ନି ଆରୋରାଙ୍କ ସହ ଏକ ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ବ୍ଲୁ କଲରର କିଡ୍‌ସ ଥିମ୍‌ ରଖିଛନ୍ତି। ଏଥିରେ ଲେଖାଯାଇଛି- ଆମେ ବହୁତ ଖୁସି ଯେ ଆମ ଘରେ ପୁତ୍ର ସନ୍ତାନ ଜନ୍ମ ନେଇଛି। ଏହା ତଳେ ଅଗଷ୍ଟ ୧୦ ତାରିଖ ଓ ବିନ୍ନି-ଧୀରଜଙ୍କ ନାଁ ଲେଖାଯାଇଛି। ଏହି ପୋଷ୍ଟରେ ବିନ୍ନି ଓ ଧୀରଜଙ୍କର ଏକ ଫଟୋ ବି ରହିଛି।

 

View this post on Instagram

 

A post shared by Dheeraj Dhoopar (@dheerajdhoopar)


ଏହି ଖୁସି ଖବର ଶୁଣିବା ପରେ ଟିଭି ସେଲିବ୍ରିଟି ଟିନା ଦତ୍ତା, ଅମିତ ଖାନ୍ନା, କନିକା ମାନ୍‌, ରିଦ୍ଦିମା ପଣ୍ଡିତ, ସୁପ୍ରିୟା ଶୁକ୍ଳା, ଅଦା ଖାନ୍‌, ଧାମୀ ଦୃଷ୍ଟିଙ୍କ ସମେତ ଅନେକ କଳାକାର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ତାଙ୍କ ଫ୍ୟାନ୍‌ ବିନ୍ନି ଓ ଧୀରଜଙ୍କ ଏହି ପୋଷ୍ଟକୁ ବେଶ୍‌ ପସନ୍ଦ କରିଛନ୍ତି। ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

୨ ଏପ୍ରିଲ ୨୦୨୨ରେ ବିନ୍ନି ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ। ଏହା ପରେ ସେ ପ୍ରେଗ୍‌ନାନ୍ସି ଫଟୋସୁଟ୍‌ କରିଥିଲେ। ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

Also Read: ଜମ୍ମୁ-କାଶ୍ମୀର ବଡ଼ଗାମ୍‌ରେ ଏନକାଉଣ୍ଟର, ୩ ଲସ୍କର ଆତଙ୍କୀ ସଫା; ବହୁ କଶ୍ମୀର ପଣ୍ଡିତଙ୍କୁ କରିଥିଲେ ହତ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.